ପ୍ରମୂଖ ଖବର
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଭାସିଆଙ୍କ ବେଉସା ଖାଇଗଲା ଖରା: ଦିନରେ ବେପାର ନାହିଁ, ରାତି ହେଲେ ହତାଶ ହୋଇ ଫେରୁଛନ୍ତି...

ଭୁବନେଶ୍ୱର,୧୭/୦୫: ପେସା ଟ୍ରଲି ଚଳାଇବା । ଦିନ ତମାମ ବୁଲିଲେ ଘରକୁ ଡାଲି, ଚାଉଳ ନିଏ । ହେଲେ ଖରା ଆମ ପେଟକୁ ଲାତ ମାରିଛି । ଆମ ବେପାର ଖାଇଛି । ଏହି ନିଆଁ ଲଗା  ଖରା ସହ ଲଢିବୁ ବା କେମିତି ?  ଜାଗମରା  ଛକରେ ଝାଳ ପୋଛୁପୋଛୁ ମନର ବେଦନା ବଖାଣିଥିଲେ ବୃଦ୍ଧ ଭାସିଆ ଭୋଇ ।  

ଜାଗମରା ଗାଁରେ ଭାସିଆଙ୍କ ଘର । ସଂସାର  କହିଲେ ସେ ଏବଂ ତାଙ୍କ ପତ୍ନୀ । ବୟସ ୬୫ ଟପିସାରିଥିଲେ ହେଁ ଭାସିଆ ଟ୍ରଲି ଚଲାଇ ପରିବାର ପୋଷୁଛନ୍ତି । ହେଲେ ଆଜିକୁ ୧୫ଦିନ ହେବ ବେପାର ଠପ୍‌ । ଖରା ଯୋଗୁଁ ତାଙ୍କୁ କେହି  ଡାକୁନାହାନ୍ତି । ପ୍ରଚଣ୍ଡ ଖରା ହେଉଛି । ତଥାପି  ଏହାକୁ ଖାତିର ନକରି ସକାଳ ୭ଟାରୁ ଉଠି ଟ୍ରଲି ପେଲିପେଲି ଜାଗମରା ଛକକୁ ଆଣୁଛନ୍ତି । ସେହି ଟ୍ରଲିରେ ଝୁଲୁଥିବା ପାଣି ବୋତଲ ତାଙ୍କର ଅଧା ଦିନର ଆହାର । ଖରାବେଳେ ଅଧଘଣ୍ଟା ଖାଇବାକୁ ଯାଇ ପୁଣି ବଜାରକୁ ଫେରିଆସନ୍ତି ଭାସିଆ ।  ଆଶା କାଳେ କିଏ ଡାକିଦେବ । ହେଲେ ଖରା ସବୁ ବରବାଦ କରିଦେଇଛି । ପୂର୍ବରୁ ଦିନକୁ  ୫ଶହରୁ ୬ଶହ ଟଙ୍କାର ବେପାର ହେଉଥିବା ବେଳେ ଏବେ ଶହେ ଟଙ୍କା ବି ହେବା ଅସମ୍ଭବ । ଦିନରେ ବେପାର ନାହିଁ, ରାତି ହେଲେ ହତାଶ  ହୋଇ ସେ ଘରକୁ ଫେରୁଥିବା ଭାସିଆ କହନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.