ଫିରିଙ୍ଗିଆ, ୧୪/୬ : କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ପୋଲିସ ଶୁକ୍ରବାର ଏକ ବାଇକ ସହ ୨୨କିଲୋ ଦୁଇ ଶହ ଗ୍ରାମ ଗଞ୍ଜେଇକୁ ଜବତ କରିବା ସହ ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରିବାରେ ସଫଳ ହୋଇଛି I ପୋଲିସର ସୂଚନା ଅନୁସାରେ ଶୁକ୍ରବାର ଥାନା ଅଧିକାରୀ ପ୍ରଭାତ ବେହେରାଙ୍କ ନିର୍ଦେଶରେ ଥାନାରେ କାର୍ଯ୍ୟରତ ଏସଆଇ ସୃତି ଶାଗର ସାମଲଙ୍କ ନେତୃତ୍ବରେ ଏକ ଟିମ ଗୋଛାପଡାଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଲଦା ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ I ଯାଞ୍ଚ ସମୟରେ ବାଇକରୁ ଏହି ଗଞ୍ଜେଇକୁ ପୋଲିସ ଜବତ କରିଥିଲା I
ତେବେ ଗିରଫ ବ୍ୟକ୍ତି ଜଣକ ଗୋଛାପଡା ଥାନା ବନ୍ଧୁଲି ଗାଁର ରୁଦ୍ର ଡିଗାଲ ବୋଲି ଜଣାପଡିଥିବାବେଳେ ଏହି ଘଟଣାରେ ଗୋଛାପଡା ଥାନାରେ କେଶ ନଂ ୧୦୦/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ବେହେରା I