ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ୧୪୩୦କେଜି ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ

ଦାରିଙ୍ଗବାଡି, ୧୪/୬ : ବ୍ରାହ୍ମଣୀଗାଁ ପୋଲିସକୁ ମିଳିଛି ବଡ଼ ସଫଳତା । ୧୪୩୦କିଲୋ ଗଞ୍ଜେଇ ସହ ଦେଶୀ ବନ୍ଧୁକ ଜବତ ହୋଇଛି । ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ସରାମୁଳି ଗ୍ରାମ ପଂଚାୟତ ନାଗେଟି ଗ୍ରାମ ନିକଟ ପାହାଡ଼ରୁ ୧୪୩୦ କେଜି ଗଞ୍ଜେଇ ସହିତ ଗୋଟିଏ ଦେଶୀ ବନ୍ଧକ ଜବତ କରିଥିବା ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ସୂଚନା ରହିଛି । 

ଗଞ୍ଜେଇ ଚାଲାଣ ହେଉଥିବା ଖବର ବିଶେଷ ସୁତ୍ରରୁ ଖବରପାଇ ଥାନା ଅଧିକାରୀ ଚିରଞ୍ଜିବି ବେହେରାଙ୍କ ନେତୃତ୍ୱରେ  ଏସଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସଆଇ ଶଙ୍କର ୱାଡ଼ାକା, ଏଏସଆଇ ରମାକାନ୍ତା ସେଠି ସମେତ ପୋଲିସ ଫୋର୍ସ ଚଢଉରେ ସାମିଲ ଥିଲେ । ତିନି ଦିନ ଧରି ପେଟ୍ରୋଲିଂ ଜାରି ରଖି ଆଜି ବ୍ରାହ୍ମଣୀଗାଁ ପୋଲିସ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ଥାନା ଅଧିକାରୀଙ୍କ ସୂଚନା ରହିଛି । ବାହାର ରାଜ୍ୟର ବେପାରୀ ସୀମାନ୍ତ ବର୍ତ୍ତି ଗଜପତି ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ନାଗେଟି ଜଙ୍ଗଲରେ ଗଞ୍ଜେଇ ରଖି ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଛି । ବିଶେଷ ସୂଚନା ଯେ, ଦିଲ୍ଲୀ ବ୍ୟବସାୟୀଙ୍କ ନେତୃତ୍ବରେ ଏହି ଅଂଚଳରେ ଗଞ୍ଜେଇ କାରବାର ହେଉଥିବା କୁହାଯାଉଛି । ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ମାମଲା ନଂ ୭୧/୨୪ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.