ଭୁବନେଶ୍ବର,୯।୮ : ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ୮ ବର୍ଷ ଝିଅର ମୃତ୍ୟୁ ହୋଇଥିବା ମା’-ପୁଅ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

ମା’, ଝିଅ ଓ ପୁଅ  ମାମୁଁ ଘରକୁ ଯାଇ ରାଖୀ ବାନ୍ଧି ଘରକୁ ଫେରୁଥିଲେ।  ରାସ୍ତା ପାର ହେଉଥିବା  ସମୟରେ ଏକ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମା’-ପୁଅ ଗୁରୁତର ହୋଇଥିଲେ। ଖଣ୍ଡଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।