ମୁମ୍ୱାଇ : କମେଡି କିଙ୍ଗ୍ କପିଲ ଶର୍ମା ଏହି ସମୟରେ ନିଜର କମେଡି ଶୋ’ ‘ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’ର ସିଜନ-୪ କୁ ନେଇ ଚର୍ଚ୍ଚାରେ। ନେଟଫ୍ଲିକ୍ସର ଶୋ’ , ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’ର ସିଜନ-୪ର ଫାଇନାଲ ଖୁବ୍ ଶୀଘ୍ର ଆସିବାକୁ ଯାଉଛି। ଏହିକ୍ରମରେ ଫାଇନାଲ ପୂର୍ବରୁ ଶୋ’ରେ ପ୍ରସିଦ୍ଧ ଫିଲ୍ମମେକର ଡେଭିଡ୍ ଧୱନ ନିଜର ପୁଅ ଅର୍ଥାତ୍ ଅଭିନେତା ବରୁଣ ଧୱନଙ୍କ ସହ ଆସି ଥିଲେ। ଏହି ସମୟରେ ବାପା-ପୁଅଙ୍କର ଯୋଡ଼ି କମାଲ କରି ଥିଲା। ଏହି ସମୟରେ ବରୁଣ ଓ ଡେଭିଡ୍ ନିଜର ପର୍ସନାଲ ଲାଇଫ୍ ଓ ପ୍ରଫେସନାଲ ଲାଇଫ୍‌କୁ ନେଇ ଖୋଲି କରି କଥା ହୋଇଥିଲେ। ଏହାସହ ଡେଭିଡ୍ ଗୋବିନ୍ଦା , ସଞ୍ଜୟ ଦତ୍ତ ଓ ସଲମାନ ଖାନଙ୍କ ଭଳି ଅଭିନେତାଙ୍କ ସହ ନିଜ କାମର ଅନୁଭବ ସେୟାର କରିଛନ୍ତି। ଏହି ସମୟରେ ଡେଭିଡ୍ ଗୋବିନ୍ଦାଙ୍କ ସେଟ୍‌ରେ ବିଳମ୍ୱ ଆସିବାକୁ ନେଇ ନିଜର କଥା ରଖିଥିଲେ। ଆସନ୍ତୁ ଜାଣିବା ସେ କଣ କହିଛନ୍ତି –

ଉଲ୍ଲେଖନୀୟ ଯେ, ଗୋବିନ୍ଦାଙ୍କୁ ନେଇ ଇଣ୍ଡଷ୍ଟ୍ରୀରେ ଗୋଟିଏ କଥା ଖୁବ୍ ଚର୍ଚ୍ଚାରେ ରହିଛି। ସେ ସର୍ବଦା ସେଟ୍‌କୁ ବିଳମ୍ୱରେ ଆସନ୍ତି। ତାଙ୍କ କାରଣରୁ ଅନ୍ୟ କଳାକାରଙ୍କୁ ଅନେକ ସମୟ ଘରି ଅପେକ୍ଷା କରିବାକୁ ପଡ଼େ। ଏହି ସ୍ଥିତିରେ ଡେଭିଡ୍ ଧୱନ ଗୋବିନ୍ଦାଙ୍କ ସହ ନିଜର ୧୭ଟି ବ୍ଲକବଷ୍ଟର ଫିଲ୍ମରେ କାମ କରିବା ବିଷୟରେ ବିସ୍ତୃତରେ କହି ଥିଲେ ଏବଂ ଏହାସହ ଗୋବିନ୍ଦାଙ୍କ ସେଟ୍କୁ ବିଳମ୍ୱରେ ଆସିବାର ଗୁଜବ ମଧ୍ୟରେ ତାଙ୍କୁ ସୁରକ୍ଷା ମଧ୍ୟ ଦେଇଥିଲେ। ସେ ଗୋବିନ୍ଦାଙ୍କ ଆକ୍ଟିଂକୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ତାଙ୍କ ସହ ଫିଲ୍ମ ପାର୍ଟନରରେ କାମ କରିବାର ଦିନକୁ ମନେପକାଇ ଥିଲେ।

ଡେଭିଡ ଧୱନ ଫିଲ୍ମ ପାର୍ଟନରର ଏକ କଥା ଶୁଣାଇ ଥିଲେ , ଯେଉଁଥିରେ ଗୋବିନ୍ଦା ଚାରି ପୃଷ୍ଠାର ଏକ ସିନକୁ ଭଲ ଭାବେ ପଢିବା ପରେ , ଏହାକୁ ଗୋଟିଏ ହିଁ ଟେକ୍ରେ ବିନା ଭୁଲରେ କରି ଦେଇଥିଲେ ଏବଂ ଡେଭିଡଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ ଏହାକୁ ଏଡିଟ୍ କରିବାରୁ ମୁକ୍ତ କରିଥିଲେ। ଏହି ସିନ୍ ବେଳେ ଗୋବିନ୍ଦାଙ୍କ ଜବରଦସ୍ତ ଦକ୍ଷତାକୁ ଦେଖି ଡେଭିଡ୍ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। ଆପଣଙ୍କୁ ବିଶ୍ୱାସ ହୋଇ ନପାରେ। ସେ ଆସନ୍ତି ଏବଂ ନିଜର ସିନ୍ ମାଗନ୍ତି। ସେ ଚାରି ପେଜ୍ର ସିନ୍ ଥାଏ। ଯେବେ ମୁଁ ସଟ୍ ସେଟ୍ କରେ , ସେ ଏହାକୁ ଭଲରେ ପଢନ୍ତି। ସେ କହିଲେ ଏବେ ସେଟ୍ କର ନାହିଁ। ଗୋଟେ କାମ କର ,ଏହା ରହିଲା ସିନ୍। ମୋତେ ପରଫର୍ମ କରିବାର ଦେଖ। ମୁଁ ଏହାକୁ ଗୋଟିଏ ଟେକ୍ରେ କରି ଦେବି। ଏହା ପାର୍ଟନରର କଥା ବୋଲି ଡେଭିଡ୍ କହିଲେ। ଏହି ସିନରେ ସେ ବିଭିନ୍ନ ପ୍ରକାରର କଳା ଦେଖାଇଲେ , ଆପଣ ଭାବି ପାରିବେ ନାହିଁ। ପୁଣି ସେ ମୋତେ କହିଲେ ଏହି ସିନ୍କୁ ଯେମିତି ଚାହଁ , ସେମିତି ଏଡିଟ୍ କର । ଅବିଶ୍ୱସନୀୟ । ଗୋବିନ୍ଦା କମାଲକର।