ରାଏପୁର, ୧୩/୦୫: ମୁମ୍ବାଇ ବିପକ୍ଷରେ ଖରାପ ଇଙ୍ଗିତ କରି ବେଙ୍ଗାଲୁରୁ ଅଲ୍‌ରାଉଣ୍ଡର ଟିମ ଡେଭିଡ୍ ଦଣ୍ଡିତ ହୋଇଛନ୍ତି । ତାଙ୍କ ମ୍ୟାଚ ପାଉଣାର ୩୦% ଅର୍ଥ କାଟ୍ କରାଯାଇଛି ଓ ୨ଟି ଶୃଙ୍ଖଳା ପଏଣ୍ଟ ପ୍ରଦାନ କରାଯାଇଛି ।

ଗତ ରବିବାର ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚରେ ବେଙ୍ଗାଲୁରୁ ରୋମାଞ୍ଚକର ବିଜୟ ହାସଲ କରିଥିଲା । ମ୍ୟାଚ ମଧ୍ୟରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଅନେକ ଥର ବିବାଦ ଉପୁଜିଥିଲା । ମ୍ୟାଚ୍ ଶେଷ ହେବା ପରେ ଡଗ୍ ଆଉଟ୍‌ରେ ବସିଥିବା ଡେଭିଡ୍ ମୁମ୍ବାଇ ଦଳର ଖେଳାଳିଙ୍କ ଆଡ଼କୁ ମଝି ଆଙ୍ଗୁଳି ଦେଖାଇଥିଲେ।

ଏହି ଭିଡ଼ିଓ ଭାଇରାଲ ହେବା ପରେ ମ୍ୟାଚ୍ ରେଫରୀ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ଡେଭିଡ୍‌ଙ୍କୁ  ଦଣ୍ଡିତ କରିଛନ୍ତି । ସେ ମଧ୍ୟ ଦୋଷ ସ୍ୱୀକାର କରିଛନ୍ତି । ଏତାଦୃଶ ବ୍ୟବହାର ଦ୍ୱାରା ଡେଭିଡ୍ ଆଇପିଏଲ୍ ଆଚାର ସଂହିତାର ୨.୬ ଧାରା ଉଲ୍ଲଙ୍ଘନ କରିଛନ୍ତି । ଫଳ ସ୍ୱରୂପ ତାଙ୍କ ମ୍ୟାଚ ପାଉଣାର ୩୦% ଅର୍ଥ କାଟ୍ କରାଯାଇଛି।

ଅଧିକ ପଢ଼ନ୍ତୁ :-  IPL 2026 : ଆଜି ବେଙ୍ଗାଲୁରୁ - କୋଲକାତା ଫାଇଟ୍, ପ୍ଲେ-ଅଫ୍ରେ ସ୍ଥାନ ପକ୍କା ପାଇଁ ଶକ୍ତି ଖଟାଇବେ ଉଭୟ ଟିମ୍