ଭୁବନେଶ୍ଵର, ୧୬/୧୧ : ଖୁବ୍ଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରାଯିବ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ସିଧାସଳଖ ଡିବିଟି ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ଯିବ। ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଓମ୍ଫେଡ ହେଉଛି ଓଡ଼ିଶାର ଅସ୍ମିତା। ଆଗାମୀ ଦିନରେ ଓମ୍ଫେଡକୁ ସୃଦୁଢ଼ କରିବା ସହ କ୍ୱାଲିଟି କ୍ଵାଣ୍ଟିଟିରେ କମ୍ପାରମାଇଜ୍ କରାଯିବନି। ପ୍ଲାଣ୍ଟ ଗୁଡିକରେ ସିସିଟିଭି ଲାଗିବ। ରାଜ୍ୟରେ ନୂଆ ୩ଟି ପ୍ଲାଣ୍ଟ ଖୋଲିବ। ସମ୍ବଲପୁର, ଗଞ୍ଜାମ ଓ ବାଲେଶ୍ୱର ଠାରେ ନୂଆ ପ୍ଲାଣ୍ଟ ଖୋଲିବ। ଓମ୍ଫେଡ ପାଣି ଓ ଚକୋଲେଟ ଆସିବ। ବିଭିନ୍ନ ଜାଗାରେ ଓମ୍ଫେଡ ପାର୍ଲର ଖୋଲାଯିବ। କ୍ଷୀର ଧାରା ମିଶନ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯିବ। ୨୦ଟି କ୍ଷୀର ଧାରା କେନ୍ଦ୍ର ପଞ୍ଚାୟତରେ ଖୋଲିଛି। ପର୍ଯାୟ କ୍ରମେ ଆଉ ଖୋଲିବ। ଓମ୍ଫେଡର ୨ କୋଟି ବକେୟା ରାଶି ରହିଛି। ନୋଟିସ ପରେ ୮୨ ଲକ୍ଷ ଆଦାୟ ହୋଇଛି। ୭ ଦିନ ଭିତରେ ନଦେଲେ ଆକ୍ସନ ନିଆଯିବ।
ମନ୍ତ୍ରୀ ପୁଣି କହିଛନ୍ତି ଯେ, ପୁରୀ ଜଗନ୍ନାଥ ମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହାର ହବ। ସପ୍ଲାଇ ଆରମ୍ଭ ହୋଇଛି। ସମସ୍ତ ମନ୍ଦିରରେ ଓମ୍ଫେଡ ଘିଅ ବ୍ୟବହାର ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ଜଗନ୍ନାଥ ମନ୍ଦିରରେ ଦିନକୁ ୪ ଟନ୍ ଘିଅ ଆବଶ୍ୟକ ରହିଛି। ପ୍ରତି ଦିନ ୮ ରୁ ୧୦ ଟନ ଘିଅ ଉତ୍ପାଦନ ହେଉଛି। ଓମ୍ଫେଡ ସଂସ୍ଥାକୁ ପୁନର୍ଗଠନ କରାଯିବ। ଅଧିକ ଆତ୍ମନିର୍ଭର କରାଯିବ। ଚାଷୀଙ୍କ ପ୍ରୋତ୍ସାହନ ରାଶି ୨୯ କୋଟି ସାତ ଦିନ ଭିତରେ ଦିଆଯିବ। OMFED ପୋର୍ଟାଲ ଡେଭଲପ କରାଯିବ।