ନୂଆଦିଲ୍ଲୀ : ପଞ୍ଜାବ ଆଗରେ ବିଶାଳ ସ୍କୋରର ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ । ୨ ଓ୍ବିକେଟ୍ ବିନିମୟରେ ୨୬୪ ରନର ବିଶାଳ ସ୍କୋର କରିଛି ଦିଲ୍ଲୀ । ପଞ୍ଜାବ ଆଗରେ ୨୬୫ ରନର ବିଶାଳ ଲକ୍ଷ୍ୟ ରହିଛି । କେ.ଏଲ. ରାହୁଲ ଏବଂ ନୀତିଶ ରାଣାଙ୍କ ଚମକଦାର ବ୍ୟାଟିଂ । ପଞ୍ଜାବ ବୋଲରଙ୍କୁ ଧୂଲେଇ କଲେ ଏହି ଯୋଡ଼ି । ରାହୁଲ ଶତକୀୟ ପାଳି ଖେଳିଥିବାବେଳେ ରାଣା ୯୧ ରନ କରିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଆରମ୍ଭରୁ ଦୁଇ ଓପନର ରାହୁଲ ଏବଂ ନିଶାଙ୍କ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ । ନିଶାଙ୍କ ୧୧ ରନରେ ଆଉଟ୍ ହୋଇଥିଲେ । ପରେ ନୀତିଶ ରାଣାଙ୍କ ସହ ବିଶାଳ ସ୍କୋର ଅଭିମୁଖେ ନେଇଥିଲେ । ନୀତିଶ ରାଣା ୪୪ ବଲରୁ ୯୧ ରନ କରିଛନ୍ତି । ଯେଉଁଥିରେ ୧୧ ଚୌକା ଏବଂ ୪ ଛକା ରହିଛି ।
କେ.ଏଲ ରାହୁଲ ୬୭ ବଲରୁ ୧୫୨ ରନ କରି ରେକର୍ଡ କରିଛନ୍ତି । ପ୍ରଥମରୁ ସେ ପଞ୍ଜାବର ବୋଲରଙ୍କୁ ଧୂଳେଇ କରିବା ଆରମ୍ଭ କରିଥିଲେ । ଦଳର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପଞ୍ଜାବର ସମସ୍ତ ବୋଲର ୧୦ରୁ ଅଧିକ ହାରରେ ରନ୍ ବ୍ୟୟ କରିଛନ୍ତି । ତେବେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ଏବଂ ବର୍ଟଲେଟ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ : ଶୁଭମନ ଗିଲଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠାଇଲେ ବିରୁ