ନୂଆଦିଲ୍ଲୀ : ଆଇପିଏଲ ୨୦୨୬ ଚାଲିଥିବାବେଳେ ଗୁଜୁରାଟର ଅଧିନାୟକ ଶୁଭମନ ଗିଲଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ଉଠିଛି । ଶୁକ୍ରବାର ଆରସିବି ବିପକ୍ଷ ମ୍ୟାଚରେ ପରାଜୟ ପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ ଓପନର ବ୍ରାଟ୍ସମ୍ୟାନ ବିରେନ୍ଦ୍ର ସେହଓ୍ବାଗ । ଚିନ୍ନସ୍ବାମୀରେ ଗୁଜୁରାଟ ୨୦୫ ରନର ବିଶାଳ ସ୍କୋର କରିଥିଲା। ୨୦୬ ରନର ବିଶାଳ ଲକ୍ଷ୍ୟ ରହିଥିବାବେଳେ ବେଙ୍ଗାଲୁରୁ ସହଜ ବିଜୟ ହାସଲ କରିଥିଲା । ଯାହାକୁ ନେଇ ବିରୁ ଗିଲଙ୍କ ଅଧିନାୟକତ୍ବ ଏବଂ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।
ସେହଓ୍ବାଗ କହିଛନ୍ତି କି, ବୋଲରଙ୍କୁ ଠିକ୍ ଭାବେ ବ୍ୟବହାର କରିପାରୁନାହାନ୍ତି ଗିଲ୍ । ଡେଥ୍ ଓଭର ଗୁଡ଼ିକରେ ନେଉଛନ୍ତି ଭୁଲ୍ ନିଷ୍ପତ୍ତି । ଯେତେବେଳେ ଶେଷ ୩ ଓଭରରେ ୨୨-୨୫ ରନ ରହିଛି, ସେତେବେଳେ ସିରାଜଙ୍କୁ କାହିଁକି ବ୍ୟବହାର କଲ ନାହିଁ । ସିରାଜ ଅଭିଜ୍ଞ ହୋଇଥିବାବେଳେ ସେ ତୁମକୁ ଓ୍ବିକେଟ୍ ଦେଇଥାନ୍ତେ । କିନ୍ତୁ ମାନବ ତୁଷାରଙ୍କ ସୁଯୋଗ ଦେଇଥିଲ । ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏଭଳି ଛୋଟ ଛୋଟ ଭୁଲ୍ ପାଇଁ ସମାଲୋଚନା କରିଛନ୍ତି ।
ମୁଁ ଭାବୁଛି ଗିଲ୍ ଭୁଲ୍ କରିଛନ୍ତି । ଜଣେ ବୋଲର ୨ ଓଭରରେ ୩୦ ରନ ଉପରେ ରନ୍ ବ୍ୟୟ କରିଛି ତଥାପି ତାଙ୍କୁ କାହିଁକି ବ୍ୟବହାର କରାଯାଉଛି । ଏଥିରୁ ଜଣାପଡ଼ୁଛି କି, ଆପଣ ଆଗୁଆ ହାର ମାନି ନେଇଛନ୍ତି । କେବଳ ଏହି ଗୋଟିଏ ମ୍ୟାଚ ନୁହେଁ ବାକି ମ୍ୟାଚ ଗୁଡ଼ିକରେ ମଧ୍ୟ ନେଇଥିବା ଭୁଲ୍ ନିଷ୍ପତ୍ତି ସମ୍ପର୍କରେ ଦର୍ଶାଇ ସମାଲୋଚନା କରିଛନ୍ତି ।
ଏହାସହ ପଢ଼ନ୍ତୁ : ସୋନାଲିଙ୍କ ମୁହଁରେ ବିଜୟଙ୍କ କଥା