ନୂଆଦିଲ୍ଲୀ,୧୯/୦୪; କ୍ରିକେଟରେ ପ୍ରାୟତଃ କୁହାଯାଏ ଯେ, ଜଣେ ଖେଳାଳିଙ୍କୁ ତାଙ୍କର ଶେଷ ସଟ୍ ଦ୍ୱାରା ନୁହେଁ, ବରଂ ପରବର୍ତ୍ତୀ ସଟ୍ ଦ୍ୱାରା ବିଚାର କରାଯାଏ । କିଲର ମିଲର୍ ଭାବରେ ଜଣାଶୁଣା ଡେଭିଡ୍ ମିଲର୍ ପୁଣି ଥରେ ଏହାକୁ ପ୍ରମାଣିତ କରିଛି । କିଛି ଦିନ ତଳେ ସମାଲୋଚନାର ଶିକାର ହୋଇଥିଲେ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶେଷ ୨ଟି ବଲରେ ୨ ରନ ସ୍କୋର କରିବାରେ ବିଫଳ ହେବା ପରେ ସେ ଭାଙ୍ଗିପଡିଥିଲେ । ଏହି ପରାଜୟ କେବଳ ସ୍କୋରବୋର୍ଡରେ ନାମ ଲେଖାଇ ନଥିବା ବରଂ ଫିନିସର ଭାବରେ ତାଙ୍କ ପ୍ରତିଛବି ଉପରେ ପ୍ରଶ୍ନ ଉଠାଇଥିଲା । କିନ୍ତୁ କ୍ରିକେଟରେ ଗୋଟିଏ ଜିନିଷ ଭଲ ଯାହା ତୁମକୁ ଦ୍ୱିତୀୟ ସୁଯୋଗ ଦେଇଥାଏ । ମିଲର ସେହି ସୁଯୋଗର ହାତଛଡା ନକରି ନିଜକୁ ପ୍ରମାଣିତ କରିଛନ୍ତି ।

ଘରୋଇ ମଇଦାନରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ । ପ୍ରଥମ ୫ଟି ମ୍ୟାଚରୁ ୪ଟି ମ୍ୟାଚ ଜିତି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଦଖଲ କରିଥିବା ବେଙ୍ଗାଲୁରୁକୁ ଗତ ସିଜନ ଭଳି ଏଥର ମଧ୍ୟ ଦିଲ୍ଲୀ ପରାଜିତ କରିଛି । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ଚଳିତ ଆଇପିଏଲ୍‌ରେ ୨୬ତମ ଲିଗ୍ ମୁକାବିଲାରେ ଦିଲ୍ଲୀ ୬ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୮ ୱିକେଟ୍ ହରାଇ ୧୭୫ ରନ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ୍ ହରାଇ ୧୭୯ ରନ କରି ବିଜୟ ହାସଲ କରିଥିଲା । ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ପାଇଁ ଟ୍ରିଷ୍ଟନ ଷ୍ଟବ୍ସ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଗୁଜରାଟ ବିପକ୍ଷରେ ଦିଲ୍ଲୀକୁ ଜିତାଇ ପାରି ନଥିବା ଡେଭିଡ୍ ମିଲର  ସବୁ ବକେୟା ଭରଣା କରିଥିଲେ । ଅନ୍ତିମ ଓଭରରେ ଦଳକୁ ବିଜୟ ପାଇଁ ୧୫ ରନ ଆବଶ୍ୟକ ହେଉଥିବାବେଳେ ମିଲର ୨ଟି ଛକା ଓ ଗୋଟିଏ ଚୌକା ମାରିଥିଲେ ଓ ଦିଲ୍ଲୀ ବିଜୟ ହାସଲ କରିଥିଲା ।

ଏହା ବି ପଢନ୍ତୁ...RCBକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ