ନୂଆଦିଲ୍ଲୀ ୧୨/୦୪: ବଲିଉଡ୍ର ଅନ୍ୟତମ ସବୁଠୁ ଚିରସବୁଜ ଫିଲ୍ମ ‘ଦିଲୱାଲେ ଦୁଲ୍ହନିୟା ଲେ ଜାୟେଙ୍ଗେ’ । ସିନେପ୍ରେମୀ ଆଜି ବି ଏହାକୁ ଖୁବ୍ ଭଲପାଇବା ଦେଉଛନ୍ତି । ୧୯୯୫ରେ ମୁକ୍ତିପ୍ରାପ୍ତ ଶାହରୁଖ ଖାନ୍ ଓ କାଜୋଲଙ୍କ ଅଭିନୀତ ଏହି ଫିଲ୍ମ ବଡ଼ ସଫଳତା ପାଇଥିଲା । ଏହା ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଥିଲେ ଆଦିତ୍ୟ ଚୋପ୍ରା । ଫିଲ୍ମ ପ୍ରଯୋଜନା କରିଥିଲେ ତାଙ୍କର ଦିବଂଗତ ବାପା ୟଶ ଚୋପ୍ରା । ଦୀର୍ଘ ବର୍ଷ ପରେ ଫିଲ୍ମ ପୁଣି ଥରେ ବିଶ୍ୱସ୍ତରରେ ଚର୍ଚ୍ଚାର ଶିଖରରେ ।
ଏକାଡେମି ଅଫ୍ ମୋସନ ପିକ୍ଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ୍ ଅର୍ଥାତ୍ ଓସ୍କାର ନିଜର ସଦ୍ୟତମ ଏକ୍ସ ପୋଷ୍ଟରେ ଫିଲ୍ମକୁ ସ୍ଥାନ ଦେଇଛି । ଏହା କିଛି ପସନ୍ଦର ରୋମାଣ୍ଟିକ୍ ଫିଲ୍ମ ତାଲିକାରେ ‘ଡିଡିଏଲ୍ଜେ’କୁ ତାଲିକାଭୁକ୍ତ କରିଛି । ଏକାଡେମୀ ଏକ୍ସରେ ‘ୟୁ ମି ଆଣ୍ଡ ଟୁସକାନି’, ‘ଦ ହଲିଡେ’, ‘ଇଟ୍ ପ୍ରେ ଲଭ୍’ ଓ ‘ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ’ ଭଳି କିଛି ଫିଲ୍ମର ଫଟୋ ଶେୟାର କରିଛି । କ୍ୟାପ୍ସନ ଲେଖିଛି-ଯାତ୍ରା ସହ ଜଡ଼ିତ କେଉଁ ରୋମାନ୍ସ ଫିଲ୍ମ ଆପଣଙ୍କର ପ୍ରିୟ? ଏହି ପୋଷ୍ଟ କାଜୋଲଙ୍କ ଧ୍ୟାନ ଆକର୍ଷଣ କରିବା ପରେ ସେ ଏହାକୁ ପୁନଃ ପୋଷ୍ଟ କଲେ ଏବଂ କ୍ୟାପ୍ସନ ଲେଖିଲେ ‘ମୁଁ ‘ଡିଡିଏଲ୍ଜେ’କୁ ଭୋଟ୍ କରୁଛି ।’
What’s your favorite romance film that involves travel?
— The Academy (@TheAcademy) April 10, 2026
Featured films: YOU, ME & TUSCANY, THE HOLIDAY, DILWALE DULHANIA LE JAYENGE, EAT PRAY LOVE pic.twitter.com/3IGWMF7Ooj
କାଡେମୀ ସେହି ସଂସ୍ଥା ଯାହା ଓସ୍କାର ପୁରସ୍କାର ସମାରୋହ ସଂଚାଳିତ କରେ, ଯାହା ଔପଚାରିକ ରୂପେ ଏକାଡେମୀ ପୁରସ୍କାର ଭାବେ ପରିଚିତ । ଅନେକ ସମୟରେ ଏହା ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଫିଲ୍ମଗୁଡ଼ିକୁ ପ୍ରଶଂସା କରେ, ତନ୍ମଧ୍ୟରେ ଅନେକ ଭାରତୀୟ ଫିଲ୍ମ ସ୍ଥାନ ପାଏ ।
ଆହୁରି ପଢ଼ନ୍ତୁ...ହାର୍ଟ ଆଟାକ୍ ନୁହେଁ ଇନଫେକ୍ସନ : ଆଶା ଭୋସଲେଙ୍କ ନାତୁଣୀ ଦେଲେ ବଡ଼ ସୂଚନା