ନୂଆଦିଲ୍ଲୀ : ଶନିବାର ସନ୍ଧ୍ୟାରେ ଖବର ଆସିଥିଲା କି, ଜଣାଶୁଣା ଗାୟିକା ଆଶା ଭୋସଲେଙ୍କ ହାର୍ଟ ଆଟାକ ହୋଇଛି । ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏବେ କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୋସିଆଲ ମିଡିଆରେ ଅପଡେଟ୍ ଦେଇଛନ୍ତି ନାତୁଣୀ ଜନାଇ ଭୋସଲେ । ସେ କହିଛନ୍ତି କି, ହାର୍ଟ ଆଟାକ ନୁହେଁ ଇନଫେକ୍ସନ ହୋଇଥିବାରୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପୋଷ୍ଟରେ ଜନାଇ ଲେଖିଛନ୍ତି, "ମୋ ଜେଜେମାଆ, ଆଶା ଗୁରୁତର ଦୁର୍ବଳତା ଏବଂ ଛାତି ସଂକ୍ରମଣ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆମେ ତାଙ୍କ ଗୋପନୀୟତା ପ୍ରତି ଆପଣଙ୍କୁ ସମ୍ମାନ ଜଣାଇବାକୁ ଅନୁରୋଧ କରୁଛୁ। ତାଙ୍କର ଚିକିତ୍ସା ଚାଲିଛି ଏବଂ ଆଶା କରୁଛି ସେ ସୁସ୍ଥ ହୋଇଯିବେ। ଆମେ ଶୀଘ୍ର ଆପଣଙ୍କୁ ଅପଡେଟ୍ ଦେବୁ।" ଏକ ଫଟୋ ସହ ସେ ପୋଷ୍ଟ ସେୟାର କରିଛନ୍ତି ।

କହି ରଖୁଛୁ କି,ପ୍ଲେବ୍ୟାକ୍ ଗାୟିକା ଆଶା ଭୋସଲେ ଭାରତୀୟ ସଙ୍ଗୀତ ଶିଳ୍ପର ଜଣେ ମହାନ ଏବଂ ବହୁମୁଖୀ କଳାକାର । ୭୦ ବର୍ଷରୁ ଅଧିକ ଅଭିଜ୍ଞତା ସହିତ, ସେ ବିଭିନ୍ନ ଭାଷା ଏବଂ ଧାରାରେ ଅଗଣିତ ଗୀତ ଗାଇଛନ୍ତି ।ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର ଭାବେ କଣ୍ଠଦାନ କରିଆସୁଛନ୍ତି। ମଙ୍ଗେସ୍କର ପରିବାରର ଲତା ମଧ୍ୟ ଆଶା ମଙ୍ଗେସ୍କରଙ୍କ ଭଳି ସୁମଧୂର ସ୍ୱରର ଅଧିକାରିଣୀ। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ମ୍ୟୁଜିକ୍ କମ୍ପୋଜର ସଜ୍ଜାଦ ହୁସେନଙ୍କ ଏହି ଆଲବମ ଆଶାଙ୍କୁ ପ୍ରସିଦ୍ଧି ଦେଇଥିଲା।

ଏହାସହ ପଢ଼ନ୍ତୁ : ଜଣାଶୁଣା ଗାୟିକା ଆଶା ଭୋସଲେ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି