ବାସୁଦେବପୁର,୨୯/୧୧: ଭଦ୍ରକ ଜିଲ୍ଲା ବାସୁଦେବପୁର କଶିଆ ମୁହାଁଣରୁ ବିରାଟକାୟ ଡଲଫିନ୍ର ମୃତଦେହ ଉଦ୍ଧାର । ଡଲଫିନ୍ଟିର ଲମ୍ବ ୧୫ ଫୁଟ୍ ହୋଇଥିବା ବେଳେ ଏହାର ଓଜନ ୧ ଟନରୁ ଅଧିକ ହେବ। ମତ୍ସ୍ୟଜୀବୀମାନେ ଡଲଫିନଟିକୁ ସମୁଦ୍ରରେ ମୃତ ଅବସ୍ଥାରେ ଉଦ୍ଧାରକରି ମୁହାଣକୁ ଆଣିବା ପରେ ବନ ବିଭାଗ ଉଦ୍ଧାର କରିଛି। ସେପଟେ ମୃତ ଡ଼ଲଫିନକୁ ଦେଖିବା ପାଇଁ ବାସୁଦେବପୁର ବନ କାର୍ଯ୍ୟାଳୟ ନିକଟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି।