ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ଡାକ୍ତରଖାନାର ଶୌଚାଳୟରୁ ଆହତ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

Published By : Anindita Ratha | June 10, 2025 2:54 PM

ଧର୍ମଶାଳା,୧୦/୦୬: ଯାଜପୁର ଜିଲ୍ଲା ଧର୍ମଶାଳା ଡାକ୍ତରଖାନାର ଶୌଚାଳୟରୁ ଦୁର୍ଘଟଣାରେ ଆହତ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର ହୋଇଛି। ଡ୍ରାଇଭର ଜଣଙ୍କ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ଅମିୟ କୁମାର ଜେନା ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଏକ ତେଲ ଟ୍ୟାଙ୍କର କଟକରୁ ବାଲେଶ୍ଵର ଅଭିମୁଖେ ଯାଉଥିଲା । ହେଲେ ସୋମବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସଷ୍ଟାଣ୍ଡ ନିକଟରେ ଏକ ବସକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଆହତ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୁଲିସ ପହଞ୍ଚି ତେଲ ଟ୍ୟାଙ୍କର ଡ୍ରାଇଭରକୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ନେବା ପାଇଁ ଡାକ୍ତର ପୁଲିସକୁ ଜଣାଇଥିଲେ। ହେଲେ ପୁଲିସ ସଠିକ୍ ସମୟରେ ପହଞ୍ଚି ନଥିଲା।  ଡ୍ରାଇଭର ଜଣଙ୍କ ମେଡିକାଲ ଶୌଚାଳୟକୁ ଶୌଚ ହେବା ଯାଇ ସେଠାରୁ ଆଉ ବାହାରି ନଥିଲେ। ମଙ୍ଗଳବାର ସକାଳେ କର୍ମଚାରୀମାନେ ମୃତଦେହ ଦେଖି ପୁଲିସକୁ ଦେଇଥିଲେ । ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି। ଏହି ଘଟଣା ସମ୍ପର୍କରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଧୀର କୁମାର ସାହୁଙ୍କୁ କହିଛନ୍ତି, ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇବାକୁ ପୁଲିସକୁ ଦୁଇ ଥର ଜଣାଯାଇଥିଲା । ହେଲେ ସେମାନେ କୌଣସି ପଦକ୍ଷେପ ନେଇ ନଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.