ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଛତ୍ରପୁର ହୋଟେଲ ଆଶା ପ୍ରାଇଡ୍‌ରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

Published By : Anindita Ratha | March 11, 2025 1:15 PM

ଛତ୍ରପୁର, ୧୧/୦୩ : ଛତ୍ରପୁର ୧୬ ନମ୍ଵର ଜାତୀୟ ରାଜପଥ କଡରେ ଥିବା ହୋଟେଲ ଆଶା ପ୍ରାଇଡ୍‌ର ରୁମ୍ ନମ୍ୱର-୨୦୨ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ରାଉରକେଲା ସେକ୍ଟର ୨୨ ଅଞ୍ଚଳର ଯୁବକ ପ୍ରମୋଦ ମହାକୁଡ଼ (୩୦ବର୍ଷ) ବୋଲି ଜଣାପଡ଼ିଛି। ପ୍ରମୋଦଙ୍କ ମୃତଦେହ ନିକଟରେ ୩ରୁ ଅଧିକ ମଦ ବୋତଲ ପଡିରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଛି।  

ସୂଚନାନୁଯାୟୀ, ରାଉରକେଲାର ପ୍ରମୋଦ ମହାକୁଡ଼ ବହୁ ଦିନ ହେଲା ଛତ୍ରପୁର ହୋଟେଲ ଆଶା ପ୍ରାଇଡ୍‌ରେ ରହି ଆସୁଥିଲେ। ସୋମବାର  ରାତିରେ କିଛି ଯୁବକଙ୍କ ସହ ମିଶି ସେ ମଦ୍ୟପାନ କରିଥିଲେ। ଆଜି ସକାଳୁ ରୁମ୍ ନମ୍ଵର ୨୦୨ ଭିତରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ହୋଟେଲ ମାଲିକ ଏନେଇ ପୋଲିସକୁ ଖବର ଦେଇଥିଲେ। ଛତ୍ରପୁର ଉପଖଣ୍ଡ ପୋଲିସ ଅଧିକାରୀ ଚନ୍ଦନ ଘଢେଇ, ଥାନାଧିକାରୀ ଦେବାଶିଷ ମହାନ୍ତି, ଏସଆଇ ବିଶ୍ୱଜିତ୍ ନାୟକ ଓ ଟିମ୍ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରୁଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ଏହି ଲଜ୍ ମଦୁଆଙ୍କ ପାଇଁ ଏକ ପ୍ରକାର ଆଡ୍ଡାସ୍ଥଳୀ ପାଲିଟିଥିବା ଅଭିଯୋଗ ହେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.