ଜୟପୁର,୦୬।୦୧ : ମାଆର ମୃତ୍ୟୁ ସହି ପାରିଲାନି ପୁଅ। ମାଆଙ୍କ ମୃତ୍ୟୁର ୩ ଘଣ୍ଟା ପରେ ପୁଅର ହୃଦଘାତରେ ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜୟପୁରର ପରିଛା ସାହିରେ। ମୃତ ମାଆଙ୍କ ନାମ ଏସ ସାଇବାଣୀ ହୋଇଥିବା ବେଳେ ପୁଅ ୫୦ ବର୍ଷୀୟ ଏସ ରବି। ଦୁହିଁଙ୍କୁ ଗୋଟିଏ ସ୍ଥାନରେ ସମାଧି ଦିଆଯାଇଛି। ତେବେ ଏହି ଘଟଣାକୁ ନେଇସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ,ଏସ ସାଇବାଣୀ କିଛି ଦିନ ହେବ ଅସୁସ୍ଥ ଥିଲେ।ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ବନ୍ଧୁବାନ୍ଧବ ତାଙ୍କର ବାସ ଭବନରେ ପହଞ୍ଚିଥିଲେ। ପୁଅ ଦୁଃଖରେ ମାଆର ମୃତଦେହ ପାଖରେ ବସିଥିବା ବେଳେ ସେଠାରେ ବସି ବସି ଟଳି ପଡ଼ିଥିଲେ ପୁଅ ।