ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟିଟିଲାଗଡ଼ ଡାକ୍ତରଖାନାରେ ଗର୍ଭବତୀଙ୍କ ମୃତ୍ୟୁ, ଘଟଣାକୁ ନେଇ ଚାପା ଉତ୍ତେଜନା

Published By : Harapriya Sethi | November 2, 2024 12:14 PM

ଟିଟିଲାଗଡ଼, ୦୨/୧୧: କିଛି ମାସର ବ୍ୟବଧାନରେ ପୁଣିଥରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣକ ଟିଟିଲାଗଡ଼ ସହର ହାଟପଦା ପଡାର ସରୋଜିନୀ ବେହେରା (୨୮) ବୋଲି ଜଣାପଡିଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ ଥିବା ମହିଳା ଓ ଶିଶୁ ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି । ମହିଳାଙ୍କ ମୃତ୍ୟୁକୁ ନେଇ କିଛି ସମୟ ଧରି ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଛି ।

ସୂଚନା ମୁତାବକ, ମୃତ ଗର୍ଭବତୀ ମହିଳା ସରୋଜିନୀ ବେହେରା ନିଜ ତୃତୀୟ ସନ୍ତାନର ପ୍ରସବ ପାଇଁ ଟିଟିଲାଗଡ଼ ପିପଲ ପଦର ଠାରେ ଥିବା ଏମସିଏଚରେ ଭର୍ତ୍ତି ହୋଇଥିଲେ । ହେଲେ ଅପରେସନ ଚ୍ୟାମ୍ବରକୁ ନେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ ରାଜେଶ ବେହେରା, ଆଶା କର୍ମୀ ସହ ଡାକ୍ତର ଏବଂ ନର୍ସ ଉପସ୍ଥିତ ଥିଲେ । ତେବେ ହାଇ ବ୍ଲଡ ପ୍ରେସର ହେବାରୁ ହୃଦଘାତ ହୋଇ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଅନୁମାନ କରୁଛନ୍ତି।

ଏନେଇ ମହିଳାଙ୍କ ପରିବାର ଲୋକେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ସରୋଜିନୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜଣକ ଭୁଲ୍‌ ଚିକିତ୍ସା କରିଥିବାରୁ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି । ମାମଲା ରୁଜୁ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ତେବେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ଏମସିଏଚ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କୌଣସି ତ୍ରୁଟି ନ ଥିବା କୁହାଯାଇଛି । ଚିକିତ୍ସା ପୂର୍ବରୁ ହୃଦଘାତ ତଥା ଉଚ୍ଚ ରକ୍ତଚାପ ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି । ତେବେ ଦିନକୁ ଦିନ ଟିଟିଲାଗଡ଼ ଡାକ୍ତରଖାନାରେ ପ୍ରସବ କାଳୀନ ମୃତ୍ୟୁ ବଢିବାରେ ଲାଗିଥିବା ବେଳେ ବିଭାଗୀୟ ଅଧିକାରୀ ଏଥିପ୍ରତି ତତ୍ପରତା ପ୍ରକାଶ କରି ଏହାର ଉପଚାର ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.