କୋଣାର୍କ,୧୪।୭(ଆପ୍ର) କୋଣାର୍କ ନିକଟସ୍ଥ ଯନ୍ତନା ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଔଷଧ ସେବନ ପରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବାପା, ମା’ ଅଭିଯୋଗ କରିଛନ୍ତି।
ସୁଦର୍ଶନ ତାଙ୍କ ୨ମାସର ପୁଅର ଝାଡା ପାଇଁ କୋଣାର୍କର ଏକ ଔଷଧ ଦୋକାନରୁ ଔଷଧ ନେଇଥିଲେ। ରାତିରେ ଔଷଧ ଦିଆଯାଇଥିଲା। ଦେହ ଅତ୍ୟଧିକ ଖରାପ ହେବାରୁ ଚିକିତ୍ସା ନିମନ୍ତେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ କୋଣାର୍କ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ହସ୍ପିଟାଲ ପଠାଇଥିଲା। ଭୂଲ ଔଷଧ ଖାଇବାରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି। କୋଣାର୍କରେ ବିନା ଲାଇସେନ୍ସରେ କେତେକ ଔଷଧ ଦୋକାନ ଖୋଲିଛି। ଏହି ଔଷଧ ଦୋକାନରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି।