ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଥମୁନି ଦାଦନ ଦୁଃଖ; ଚେନ୍ନାଇରେ ନୂଆପଡ଼ାର ଶ୍ରମିକଙ୍କ ମୃତ୍ୟୁ

Published By : Prameya | May 11, 2025 9:05 PM

ନୂଆପଡ଼ା,୧୧/୫ : ନୂଆପଡ଼ା ଜିଲ୍ଲାରେ ଦାଦନ ଦୁଃଖ ଥମିବାର ନାଁ ନେଉନି । ଚେନ୍ନାଇରେ କୋମନା ଥାନା କୋନାବିରା ଗାଁର ପୂର୍ଣ୍ଣ ପ୍ରରାଭୂଏ(୩୨)ଙ୍କ ମୃତ୍ୟୁ ହୋଇଛି । ଗତ ୫ ମାସ ତଳେ କୋନାବିରା ଗାଁର ପୁର୍ଣ୍ଣ ନିଜ ସ୍ତ୍ରୀ ଓ ୩ଛୁଆକୁ ଧରି କାମ ଅଭାବରୁ ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ତାମିଲନାଡୁର ଚେନ୍ନାଇ ନିକଟ ଅଦମ ପୋଲିସ ଜିଲ୍ଲା ଥିରୁନିରବୁର ଥାନା ଅଞ୍ଚଳର ଏକ ଇଟାଭାଟିରେ ଇଟା ତିଆରି କାମରେ ନିୟୋଜିତ ହୋଇଥିଲେ । ଆଜି ପୂର୍ବାହ୍ନ ୧୦ଟାରେ କାମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ପୂର୍ଣ୍ଣଙ୍କୁ ଗୁରୁତର ଅବସ୍ଥାରେ ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠି ପୂର୍ଣ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ଥିରୁନିରବୁର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି । ଏବେ ଚେନ୍ନାଇରେ ସ୍ତ୍ରୀ ଓ ୩ଛୁଆ ଅସହାୟ ହୋଇ ପଡ଼ିଛନ୍ତି । ଖବରପାଇ ପରିବାର ଲୋକେ ମୃତଦେହ ଆଣିବାକୁ ଚେନ୍ନାଇ ଅଭିମୁଖେ ବାହାରିଛନ୍ତି । 

ଆଜି ମଧ୍ୟାହ୍ନରୁ ସ୍ଵାମୀଙ୍କ ମୃତଦେହକୁ ପତ୍ନୀ ଜଗି ରହିଛନ୍ତି । ଏବେ ସାଙ୍ଗରେ ୩ ତିନି ଛୁଆକୁ ଧରି ରାଜ୍ୟ ବାହାରେ ଅସହାୟ ହୋଇ ପଡିଛନ୍ତି । ଆସନ୍ତାକାଲି ସକାଳେ ମୃତଦେହକୁ ଧରି ପରିବାର ଲୋକେ ଫେରିବାର ରହିଛି । ପୂର୍ଣ୍ଣ ଜଣେ ଗରିବ ଶ୍ରେଣୀର ଯୁବକ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । 

ସୂଚନାଯୋଗ୍ୟ, ପ୍ରତିବର୍ଷ ଜିଲ୍ଲାରୁ କାମ ଅଭାବରୁ ହଜାର ହଜାର ଶ୍ରମିକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଚାଲାଣ ହେଉଛନ୍ତି । ଜିଲ୍ଲା ପ୍ରଶାସନର ମନରେଗା ଭଳି ଅନେକ ଯୋଜନା ସତ୍ତ୍ବେ ଦାଦନ ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୩ମାସରେ ରାଜ୍ୟ ବାହାରେ ଜିଲ୍ଲାର ୫ରୁ ଅଧିକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଣୁ ତୁରନ୍ତ ଜିଲ୍ଲାରୁ ଦାଦନ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.