ଭୁବନେଶ୍ୱର ୨୫/୧୧: ବିଜୁ ଜନତା ବରିଷ୍ଠ ନାଗରିକ ସେଲ ଉପ ସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା। ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର। ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା। ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ କାରଣ ଦର୍ଶାଇଛନ୍ତି।

​​​​​​​

ନବୀନଙ୍କୁ ଲେଖଥିବା ଚିଠିରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ଦଳର ପୁନର୍ଗଠନ ବେଳେ ତାଙ୍କୁ ବରିଷ୍ଠ ନାଗରିକ ସେଲର ଉପସଭାପତି ପଦ ଦିଆଯାଇଥିଲା । ହେଲେ ଏହି ଉପସଭାପତି ପଦର ରାଙ୍କ କଣ ସେ ଜାଣିପାରୁନଥିବା କହିଛନ୍ତି । ଏଭଳି ପଦ ଦିଆଯାଇ ତାଙ୍କୁ ଅପମାନିତ କରାଯାଇଥିବା ମଧ୍ୟ ଏହି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଦେବାଶିଷ ସାମନ୍ତରାୟ ।

ଅନ୍ୟପଟେ ବିଜେଡି ସମ୍ପର୍କରେ ଏହି ଚିଠିରେ ଦେବାଶିଷ ଲେଖିଛନ୍ତି ଯେ, ବିଜେଡି ଗୋଟିଏ ନୂଆ ଚିନ୍ତାଧାରା ସହ ଆଗକୁ ବଢ଼ୁଛି । ଯାହାକୁ ନେଇ ସେ ନିରାଶ ଅଛନ୍ତି । ତେବେ ନବୀନ ହିଁ ହଜାର ହଜାର କର୍ମୀଙ୍କ ପାଇଁ ଏକମାତ୍ର ଆଶା ବୋଲି କହିଛନ୍ତି ଦେବାଶିଷ ।

ଦୀର୍ଘ ଦିନ ହେଲା ବିଜେଡି ଆଉ ଦେବାଶିଷଙ୍କ ଭିତରେ କିଛି ବି ଠିକ୍ ନାହିଁ ।  ୨୦୨୪ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ହୋଇଥିଲା। ନିର୍ବାଚନରେ ହାର ଜିତ ରହିଥାଏ। ମାତ୍ର ଦଳ ଏହାକୁ ଗ୍ରହଣ କରି କୌଣସି ପଦକ୍ଷେପ ନେବା ବଦଳରେ ଅଣଦେଖା କରି ଚାଲିଛି।  ଯାହାକୁ ନେଇ ଦେବାଶିଷ ସାମନ୍ତରାୟ ଅସନ୍ତୁଷ୍ଟ ଅଛନ୍ତି ।