ରାୟଗଡା, ୧୪।୬ : ଆମ୍ବାଦୋଳା ଥାନା ଅନ୍ତର୍ଗତ ଢେପାଗୁଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ରାୟଗଡା ପୁଲିସ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଡିଭିଏଫ୍ ଓ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ପରେ ଉକ୍ତ ଅଞ୍ଚଳରୁ ମାଓବାଦୀ ମାନେ ବ୍ୟବହାର କରୁଥିବା ଗୋଟିଏ ବନ୍ଧୁକ, ୩୭ଟି ଅଫୁଟା ଗୁଳି,୧୦ଟି କେଟରିଜ୍,ଗୋଟିଏ ମେଗାଜିନ୍, ୫ ବଣ୍ଡଳ କୋଡେକ୍ସ ୱାୟାର୍ ସମେତ ମାଓବାଦୀ ମାନେ ନିତ୍ୟ ବ୍ୟବହାର କରୁଥିବା ଅନ୍ୟାନ୍ୟ ସମାଗ୍ରୀ ଗୁଡିକ ଜବତ କରାଯାଇଛି ।
ଗତ ଜାନୁଆରୀ ମାସ ଠାରୁ ମାର୍ଚ୍ଚ ମାସ ମଧ୍ୟରେ ଜିଲ୍ଲାରେ ଅନେକ ମାଓବାଦୀ ମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତେବେ ମୋଷ୍ଟୱାଣ୍ଟେଡ୍ ମାଓନେତା ନିଖିଲ୍ ଓ ଇନ୍ଦୁଙ୍କୁ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନାରେ ଚଢାଉ କରାଯାଇଥିବା ବେଳେ ଆମ୍ବାଦୋଳା ଥାନା ଅଞ୍ଚଳରେ ମଧ୍ୟ ଚଢାଉ କରାଯାଇଥିଲା । ତେବେ ଚଢାଉ ବେଳେ ଏସବୁ ସାମଗ୍ରୀକୁ ଯବାନ ମାନେ ଜବତ କରିଛନ୍ତି ବୋଲି ରାୟଗଡା ଏସପି ରାଜ୍ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଆଗକୁ ମଧ୍ୟ ଡିବିଏଫ୍,ଏସଓଜି ଓ ସିଆରପିଏଫ୍ ଯବାନଙ୍କ ସହାୟତାରେ ସର୍ଚ୍ଚ ଅପରେସନ୍ ଜାରି ରହିବ ବୋଲି କହିବା ସହ ବର୍ତ୍ତମାନ ରାୟଗଡା ଜିଲ୍ଲା କିମ୍ବା ଜିଲ୍ଲାର ସୀମାନ୍ତରେ କୌଣସି ନକ୍ସଲ ଗତିବିଧି ନାହିଁ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।
ଆହୁରି ପଢନ୍ତୁ : ହୃଦୟବିଦାରକ : ମା’ଙ୍କୁ ହାଣି ହତ୍ୟା କଲା ପୁଅ