ରାୟଗଡା, ୬।୬:  ବାଘ ଛାଲ ଡିଲ୍ ବେଳେ ମାଡି ବସିଲା ବନ ବିଭାଗ ।  ବାଘ ଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ଚଢାଉ  କରିଛି।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ଗୋଟିଏ ଚିତା ବାଘ ଛାଲକୁ ଏକ ଘରେ ମୁଲଚାଲ କରାଯାଉଥିଲା। ଖବର ପାଇ  ବନ ବିଭାଗର ରେଞ୍ଜରଙ୍କ ସଚ୍ଚିଦାନନ୍ଦ ପରିଡା ଓ ଫରେଷ୍ଟର ଶିବପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରିଥିଲେ । ଏହି ଘଟଣାରେ ପୁଲିସ କଳାହାଣ୍ଡି ଜିଲ୍ଲାର ୩ ଜଣ ଓ ରାୟଗଡା ଜିଲ୍ଲାର ୫ ଜଣଙ୍କୁ ଗିରଫ୍ କରିବା ସହ ତିନୋଟି ବାଇକ୍ ଓ ମୋବାଇଲ୍ ଜବତ କରିଛି । ଗିରଫ୍ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମୁଲୁଗା ମାଝୀ,ଭରତ ନାଚିକା,ଇଜିରାଓ ବାବୁ,ସୀମାଞ୍ଚଳ ତାଡିଙ୍ଗି,କୌଳାସ ଜାନୀ,ପ୍ରଶାନ୍ତ କାଡ୍ରାକା,ଧରମା ପାଲିକା ଓ ଯିତେନ୍ଦ୍ର ବେନିଆ । ଗିରଫ୍ ହୋଇଥିବା ଏହି ଅଭିଯୁକ୍ତ ମାନେ ବାଘ ଛାଲକୁ କମ୍ ଦାମରେ କିଣି ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିଲେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଗିରଫ୍ ଅଭିଯୁକ୍ତ ମାନଙ୍କୁ ଜି ଅଧିକ ପଚରାଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

​​​​​​​ଆହୁରି ପଢନ୍ତୁ : ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ : କୁଆପଥର ବର୍ଷା ସହ ପବନ, ଗଛ ପଡି ଗାଡି ଚୁରମାର