ଭୁବନେଶ୍ବର,୧୬/୧ : ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ଚୁକ୍ତି ଅଭିଯୋଗ ମାମଲାରେ୨୦ତାରିଖକୁ ଘୁଞ୍ଚିଲା ନିଷ୍ପତ୍ତି। ଏହି ନିଷ୍ପତ୍ତି ଶୁଣାଇବେ ଭୁବନେଶ୍ବର ସିଭିଲ୍ କୋର୍ଟ ।
ପ୍ରକାଶ ଯେ, ନୂଆବର୍ଷରୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କ ମଞ୍ଚରେ ଅଭିନୟକୁ ନେଇ ଆରମ୍ଭ ହୋଇଛି ଟଣାଓଟରା । କଳି କୋର୍ଟରେ ପହଞ୍ଚିଛି । ମୁହାଁମୁହିଁ ହୋଇଛନ୍ତି ଅପେରା ସୂର୍ଯ୍ୟମନ୍ଦିର ଓ ଯାତ୍ରା ସିଂହବାହିନୀ । ଏବେ ଦ୍ୱନ୍ଦ୍ୱ, ପୀୟୂଷ ମଞ୍ଚରେ ଅଭିନୟ ଜାରି ରଖିବେ ନା ପୂର୍ବ ପରି ପୁଣି ଘରେ ବସିବେ । ଘଟଣାକୁ ନେଇ ପୀୟୂଷ ହରଡ଼ଘଣାରେ ପଡ଼ିଥିଲା ବେଳେ ତାଙ୍କୁ ନେଇ ପାର୍ଟି ବୁକିଂ କରିଥିବା ବିଭିନ୍ନ ଯାତ୍ରା କମିଟି ଓ ଦର୍ଶକ ଏବେ ଦୋଛକିରେ ରହିଛନ୍ତି।