ବେତନଟୀ, ୫/୬ : ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ଆହାରି -ମଞ୍ଚବନ୍ଧା ଜଙ୍ଗଲ ଦେଇ ଯାଇଥିବା ପାଣି ନାଳ ପାର୍ଶ୍ଵରୁ ଗୁରୁବାର ଅପରାହ୍ନ ୪ଟାରେ ଏକ ହାତୀର ଗଳିତ ମୃତଦେହ ଜବତ କରିଛି ବନ ବିଭାଗ l ସୂଚନା ମୁତାବକ ଆହାରୀ -ମଞ୍ଚାବନ୍ଧା ଜଙ୍ଗଲ ଭିତର ଦେଇ ଯାଇଥିବା ପାଣି ନାଳ ପାର୍ଶ୍ଵରେ ଏକ ହାତୀର ଗଳିତ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ l

ଖବରପାଇ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଦୁଇଟି ହାତୀ ମଧ୍ୟରେ ଘମାଘୋଟ ଲଢେଇରୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପାରିପାର୍ଶ୍ଵିକ ସ୍ଥିତିରୁ ଅନୁମାନ କରାଯାଉଛି l ମୃତ ହାତୀ  ଦେହରେ ଅନ୍ୟ ହାତୀର ଦାନ୍ତ ଗଳିଥିବା କ୍ଷତ ଦେଖିବାକୁ ମିଳିଛି l ଗୁରୁବାର ରାତି ହୋଇଯିବାରୁ ଶୁକ୍ରବାର ଶଵ ବ୍ୟବଚ୍ଛେଦ ହେବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l