ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଚୀନର ଭାଗ୍ୟକୁ ବଦଳାଇବାରେ DeepSeek ସାଜିଛି ଗୁପ୍ତ ଅସ୍ତ୍ର, ଏହାକୁ ନେଇ ଟ୍ରମ୍ପ ଖୁବ୍ ମୁସ୍କିଲରେ

Published By : Prameya | January 28, 2025 7:19 PM

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଶୁଳ୍କ ଦର ବୃଦ୍ଧିର ଧମକ ମଧ୍ୟରେ ଚୀନ ନିଜର ନୂଆ ଡିପ୍‌ସିକ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଡେଲକୁ ଆଗୁଆ କରି ଦେଇଛି। ଏଥିରେ ଦୁଇ ଦେଶ ମଧ୍ୟରେ ଏବେ ବ୍ୟାପାର ଯୁଦ୍ଧ ମଧ୍ୟରେ ଟେକନିକୀୟ ଯୁଦ୍ଧ ବୃଦ୍ଧିର ଆଶଙ୍କା ବଢି ଯାଇଛି। 

ଡିପ୍‌ସିକ୍‌ ଏକ ଚାଇନା ଏଆଇ ଷ୍ଟାର୍ଟଅପ୍‌ ଆପ୍‌, ଯାହାର ସ୍ଥାପନା ୨୦୨୩ରେ ଚୀନ୍‌ର ହାଙ୍ଗଜୋରେ ହୋଇଥିଲା। ୨୦ଜାନୁଆରୀରେ ନିଜର ଓପେନ ସୋର୍ସ ଆର-୧ ମଡେଲର ରିଲିଜ ପରେ ଏହା ସାରା ଦୁନିଆ ପାଇଁ ଆକର୍ଷଣର କେନ୍ଦ୍ର ପାଲଟି ଥିଲା। ଡିପ୍‌ସିକ୍‌ ଆପଲ୍‌ ଷ୍ଟୋରର ଡାଉନଲୋଡ୍‌ର ଶୀର୍ଷରେ ପହଞ୍ଚି ସାରିଛି, ଯାହାକି ନିବେଶକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ଏବଂ କିଛି ଆମେରିକୀୟ ଟେକନିକୀୟ ସେୟାରକୁ ବୁଡାଇ ଦେଇଛି। ଏଥିରେ ଆମେରିକାରେ ଆତଙ୍କ ଖେଳି ଯାଇଛି। ଆମେରିକା ସହ ଏହି ଏଆଇ ଟେକନିକ୍‌ ଯୁଦ୍ଧରେ ଡିପ୍‌ସିକ୍‌ (DeepSeek)କୁ ଗୁପ୍ତ ଚାଇନା ଅସ୍ତ୍ର ଭାବେ ପ୍ରଚାରିତ କରାଯାଉଛି। 

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଦେଖି ଆମେରିକୀୟ ଆଇଟି କମ୍ପାନୀଗୁଡ଼ିକୁ ଜାଗ୍ରତ ହେବାକୁ ଆହ୍ୱାନ କରିଛନ୍ତି। ଟ୍ରମ୍ପ କହିଛନ୍ତି କି, ଆମେରିକୀୟ କମ୍ପାନୀଙ୍କୁ ଏବେ ଏହି ଟେକ୍ନୋଲଜି ୱାରରେ ଜିତିବା ପାଇଁ ପ୍ରତିଯୋଗିତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍‌। ସେ ଗୋଟେ ପଟେ ଚେତାବନୀ ମଧ୍ୟ ଜାରି କରିଛନ୍ତି। ଏହି ମଧ୍ୟରେ , ଡିପସିକ୍‌ ଉପରେ ସୋମବାର ଜବରଦସ୍ତ ସାଇବର ହମଲା ହୋଇଛି, ଯେଉଁଥିରେ ୟୁଜରଙ୍କୁ ସାଇଟରେ ରେଜିଷ୍ଟ୍ରେସନ କରିବାରେ ମୁସ୍କିଲର ସାମନା କରିବାକୁ ପଡ଼ିଛି। କମ୍ପାନୀ ଏହି ସୂଚନା ଦେଇଛି।

ନିଜର ଏଆଇ ଚ୍ୟାଟବଟ୍‌ର ଟେକ୍ନୋଲଜି କ୍ଷେତ୍ରର ବିଶ୍ୱରେ ଆତଙ୍କ ଖେଳାଇ ଥିବା କମ୍ପାନୀ ଡିପସିକ୍‌ କହିଛି କି, ଏହାର ସେବା ଉପରେ ବଡ଼ ସ୍ତରରେ ବିଦ୍ୱେଷ ଭରା ହମଲା କରାଯାଇଛି। ଡିପସିକ୍‌ କହିଛି କି, ପଞ୍ଜୀକୃତ ବ୍ୟବହାରକାରୀ ସାମାନ୍ୟ ଭାବେ ଲଗ୍‌ ଇନ୍ କରି ପାରିବେ। କମ୍ପାନୀର ଦାବି ଯେ, ଏହାର ମଡେଲ ଚ୍ୟାଟଜିପିଟି ନିର୍ମାତା ଓପେନଏଆଇ ଭଳି ଆମେରିକୀୟ କମ୍ପାନୀ ଗୁଡ଼ିକର ମଡେଲକୁ ଟକ୍କର ଦେଇଥାଏ ଏବଂ ତାଙ୍କ ସହ ଅଧିକ ସାମର୍ଥ୍ୟ ରହିଛି।

ଚଳିତ ବର୍ଷର ଆରମ୍ଭରେ ଚ୍ୟାଟବଟ୍‌ର ଆପ୍ପଲ ଓ ଗୁଗଲ ଆପ୍‌ ଷ୍ଟୋରରେ ଉପଲବ୍ଧ ହେବାରେ ପୁଣି ଏହାର ବ୍ୟବହାର ବଢି ଯାଇଛି। ଡିପସିକ୍‌ର ଏଆଇ ଆସିଷ୍ଟାଣ୍ଟ ଆଇଫୋନ୍‌ ଷ୍ଟୋରରେ ସବୁଠୁ ଅଧିକ ଡାଉନଲୋଡ୍‌ କରାଯାଉ ଥିବା ମାଗଣା ଆପ୍ଲିକେସନ ହୋଇ ଯାଇଛି। ଡିପସିକ୍‌ ଖୁବ୍‌ କମ୍ ଦାମ୍‌ରେ ଏଆଇ ଚ୍ୟାଟବଟ୍‌ କରି ୱାଲ ଷ୍ଟ୍ରିଟ୍‌ ଓ ସିଲିକନ ଭ୍ୟାଲିରେ ଆତଙ୍କ ଖେଳାଇ ଦେଇଛି। ଏହି କାରଣରୁ ଚିପ୍‌ ନିର୍ମାତା ପ୍ରସିଦ୍ଧ ଆମେରିକୀୟ କମ୍ପାନୀ ଏନଭିଡ଼ିଆକୁ ସୋମବାର ନିଜ ବଜାର ମୂଲ୍ୟର ପାଖାପାଖି ୬୦୦ ଡଲାର ବିଲିୟନ ର କ୍ଷତି ସହିବାକୁ ପଡ଼ିଛି, ଯାହା ଆମେରିକୀୟ ଇତିହାସରେ ଗୋଟିଏ ଦିନରେ ସବୁଠୁ ବଡ଼ କ୍ଷତି। ଏହି ଆମେରିକୀୟ କମ୍ପାନୀର ସେୟାରରେ ସୋମବାର ୧୭ ପ୍ରତିଶତର ହ୍ରାସ ରେକର୍ଡ କରାଯାଇଛି। 

ଏପଟେ ,ଚୀନର ଟେକ୍ନିକାଲ ବିଶେଷଜ୍ଞ ଏହି କଥାରେ ଖୁସି ଯେ , ଏଆଇର କ୍ଷେତ୍ରରେ କେବଳ ଆମେରିକାର ପ୍ରଭୃତ୍ୱକୁ ବିପଦ ସୃଷ୍ଟି କରିନି, ଏହାର ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଏଥିରେ କ୍ଷତି ପହଞ୍ଚାଇବାରେ ଲାଗିଛି। ଚାଇନା ଟେକ୍ନିକାଲ ଅଧିକାରୀ ଡିପସିକ୍‌କୁ ବିଧ୍ୱଂସକାରୀ ଶକ୍ତି ଭାବେ ଦର୍ଶାଇଛନ୍ତି । ତାଙ୍କର ମତରେ ଆମେରିକା ସହ ଚାଲୁଥିବା ବିବାଦୀୟ ସ୍ଥିତି ଓ ବ୍ୟାପାର ଯୁଦ୍ଧରେ ଏହି ନୂଆ ବଟ୍‌ ଭାଗ୍ୟ ବଦଳାଇବା ସାବ୍ୟସ୍ତ ହୋଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.