ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ପାକିସ୍ତାନ ସହ ସୀମାରେ ଉତ୍ତେଜନା : ଭାରତୀୟ ପ୍ରତିରକ୍ଷା କମ୍ପାନୀ ସେୟାର ମୂଲ୍ୟରେ ବମ୍ପର ବୃଦ୍ଧି, ୧୫ ପ୍ରତିଶତ ଯାଏ ବଢିଲା

Published By : Prameya | April 29, 2025 5:50 PM

ନୂଆଦିଲ୍ଲୀ - ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସେୟାର ବଜାରରେ ଆଜି (ମଙ୍ଗଳବାର , ୨୯ ଅପ୍ରେଲ) ଭାରତୀୟ ଡିଫେନ୍ସ କମ୍ପାନୀର ସେୟାରରେ ବମ୍ପର ବୃଦ୍ଧି ଦେଖିବାକୁ ମିଳିଛି। ଡିଫେନ୍ସ କମ୍ପାନୀର ସେୟାର କାରବାର ବେଳେ ୧୫ ପ୍ରତିଶତ ବଢି ଯାଇଛି। ହିନ୍ଦୁସ୍ତାନ ଏୟରୋନଟିକ୍ସ (ଏଚଏଏଲ) , ମଝଗାଁ ଡାକ୍‌, ଗାର୍ଡନ ରିଚ୍‌ ଶିପବିଲ୍ଡର୍ସ (ଡିଆରଏସଇ) ଓ ଅନ୍ୟ ଯେମିତି ଡିଫେନ୍ସ ସେୟାର ୪-୧୫ ପ୍ରତିଶତ ବଢି ଯାଇଛି। ଏହା ପୂର୍ବରୁ ଗତ ସୋମବାର ମଧ୍ୟ ଏହି କମ୍ପାନୀଗୁଡିକର ସେୟାରେ ଖୁବ୍‌ ବୃଦ୍ଧି ଦେଖାଯାଇ ଥିଲା। ଶେୟାର ଗୁଡ଼ିକରେ ମଧ୍ୟ ବୃଦ୍ଧି ମଧ୍ୟରେ ଏକ କାରଣ ଅଛି।

ବାସ୍ତବିକତା ଏୟା ଯେ, ମାର୍କେଟ୍‌ ଆନାଲିଷ୍ଟଙ୍କ ଅନୁସାରେ, ସୈନ୍ୟ ଉପକରଣର ଚାହିଦା ବୃଦ୍ଧି ଓ ବିଶ୍ୱସ୍ତରରେ ବଢୁଥିବା ପ୍ରତିରକ୍ଷା ଖର୍ଚ୍ଚର ସମ୍ଭାବନାର ଆଶା ମଧ୍ୟରେ ସେୟାରର କ୍ରୟ ବଢି ଯାଇଛି। ଏହା ବ୍ୟତୀତ, ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍‌ଙ୍କ ଦ୍ୱାରା ଭାରତୀୟ ସେନା ଅନୁପ୍ରବେଶର ଚେତାବନୀ ଦିଆଯିବା ପରେ ଭାରତୀୟ ପ୍ରତିରକ୍ଷା କମ୍ପାନୀ ଗୁଡ଼ିକର ସେୟାରରେ ବୃଦ୍ଧି ଘଟିଛି। 

ରୟଟର୍ସର ଏକ ରିପୋର୍ଟ ମୁତାବିକ , ଖ୍ୱାଜା ଆସିଫ୍‌ କହିଛନ୍ତି କି, ପାକ୍‌ ସେନା ସରକାରକୁ ଭାରତୀୟ ହମଲାର ସମ୍ଭାବନା ବିଷୟରେ ସୂଚନା ଦେଇଛି। ଖ୍ୱାଜା ଆସିଫ୍‌ କହିଛନ୍ତି ପାକିସ୍ତାନ ସଂପୂର୍ଣ୍ଣ ରୂପେ ଆଲର୍ଟରେ ଏବଂ ଆମେ ନିଜର ପରମାଣୁ ଅସ୍ତ୍ରର ବ୍ୟବହାର ସେତେବେଳେ କରିବୁ , ଯେବେ ଆମର ଅସ୍ତିତ୍ୱ ପ୍ରତି ସିଧା ବିପଦ ଘନେଇବ। 

କେଉଁ କେଉଁ ସେୟାରରେ କେତେ ବୃଦ୍ଧି –

ଗାର୍ଡନ ରିଚ୍‌ ଶିପବିଲ୍ଡର୍ସ ସେୟାରର ଦାମ୍ ୧୫ ପ୍ରତିଶତ ବଢିଛି। ଗାର୍ଡନ ରିଚ୍‌ ଶିପବିଲ୍ଡର୍ସ ବା ଜିଆରଏସଇ ପ୍ରତିରକ୍ଷା ସେୟାରରେ ସବୁଠୁ ଅଧିକ ଲାଭରେ ଅଛି। ଗାର୍ଡନ ରିଚ୍‌ ଶିପବିଲ୍ଡର୍ସ ସେୟାରର ଦାମ୍‌ ୨,୦୨୦ ଟଙ୍କାର ଇନଟ୍ରାଡେ ହାଇରେ ପହଞ୍ଚି ଯାଇଥିଲା, ଯାହା ଗତର କ୍ଲୋଜିଂ ଲେବଲରେ ୧୫ ପ୍ରତିଶତରୁ ଅଧିକ ଅଛି। ମଝଗାଓଁ ଡକ୍‌ ଶିପବିଲ୍ଡର୍ସର ସେୟାରରେ ମଧ୍ୟ ଭଲ ବୃଦ୍ଧି ଦେଖିବାକୁ ମିଳିଛି। ମଝଗାଓଁ ଡକ୍‌ଶିପବିଲ୍ଡର୍ସର ସେୟାରର ଦାମ୍‌ ପାଖାପାଖି ୯ପ୍ରତିଶତ ବଢି ୫୨ ସପ୍ତାହ ବା  ବର୍ଷକରେ ହାଇ ୩,୦୩୫ ଟଙ୍କାରେ ପହଞ୍ଚି ଯାଇଛି। ମଝଗାଓଁ ଡକ୍‌ ଶିପବିଲ୍ଡର୍ସ ସେୟାରର ଦାମ୍‌, (ଯାହା ଗତ ବର୍ଷ ମଇରେ ୧,୦୩୫ଟଙ୍କାର ୫୨-ସପ୍ତାହ କମ୍ କରିଥିଲା) ନିଜର ନିବେଶକଙ୍କୁ ମଲ୍ଟିବ୍ୟାଗର ରିଟର୍ଣ୍ଣ ଦେଇଛି। 

ହିନ୍ଦୁସ୍ତାନ ଏୟରୋନଟିକ୍ସ ବା HAL ସେୟାରର ଦାମ୍‌ରେ ୫ ପ୍ରତିଶତରୁ ଅଧିକ ବଢିଛି। ଭାରତ ଦ୍ୱାରା ଆଉ ୨୬ ରାଫେଲ୍‌ ଜେଟ୍‌ କ୍ରୟରେ ଗୋଟିଏ ଚୁକ୍ତି ସ୍ୱାକ୍ଷର କରିବାର ଖବର ମଧ୍ୟରେ ହିନ୍ଦୁସ୍ତାନ ଏୟରୋନେଟିକ୍ସ ସେୟାରର ଦାମ୍‌ ବଢୁଛି। ଭାରତ ଡାୟନେମିକ୍ସ ,ଭାରତ ଇଲେକ୍ଟ୍ରିନିକ୍ସର ସେୟାରର ଦାମ୍‌ରେ ୪ପ୍ରତିଶତର ବୃଦ୍ଧି ହୋଇଛି। ଏହା ବ୍ୟତୀତ ଭାରତ ଇଲେକ୍ଟ୍ରନିକ୍ସ (ବିଇଏଲ) ସେୟାରର ଦାମ୍‌ରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି।

ଓମନିସାଇନ୍ସ କ୍ୟାପିଟାଲର ସିଇଓ ଓ ମୁଖ୍ୟ ନିବେଶ ରଣନୀତିକାର ଡା.ବିକାଶ ଗୁପ୍ତା କହିଛନ୍ତି , ସମ୍ଭାବିତ ଭାରତ-ପାକ୍‌ ଯୁଦ୍ଧର ପୃଷ୍ଠଭୂମିରେ , ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ପ୍ରତିରକ୍ଷା ସେୟାରରେ ବୃଦ୍ଧି ଘଟୁଛି। ଯୁଦ୍ଧ ସ୍ଥିତିରେ , ଯଦିଓ ଏହା ୨-୪ ସପ୍ତାହ ଯାଏ ସୀମିତ, ଅସ୍ତ୍ରଶସ୍ତ୍ର , ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ସହ ପ୍ରତିରକ୍ଷା ଉପକରଣର ଦାବି ପର୍ଯ୍ୟାପ୍ତ ହୋଇ ପାରେ ଏବଂ ଏହାର ପରିଣାମସ୍ୱରୂପ ପ୍ରତିରକ୍ଷା କମ୍ପାନୀ ଗୁଡ଼ିକୁ ମହତ୍ତ୍ୱପୂର୍ଣ୍ଣ ଅର୍ଡର ମିଳିପାରେ।   


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.