ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌)ର ମୁଖିଆ ଅରବିନ୍ଦ କେଜ୍ରିୱାଲ ଭୋଟିଂର ଦୁଇ ଦିନ ପୂର୍ବରୁ ମେସିନ୍‌ରେ ଗଡ଼ବଡ଼ର ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ୧୦ପ୍ରତିଶତ ଭୋଟ୍‌ର ହେରଫେର ହୋଇପାରେ। ସେ ସଚେତନତା ପୂର୍ବକ ଅନେକ ପଦକ୍ଷେପ ନେବା କଥା କହିଛନ୍ତି। ଆପ୍‌ ପ୍ରମୁଖ କହିଛନ୍ତି କି, ତାଙ୍କ ପାର୍ଟି ଏକ ୱେବସାଇଟ୍‌ ତିଆରି କରିଛି , ଯେଉଁଥିରେ ପ୍ରତି ବୁଥ୍‌ରୁ ଡାଟା ଅପଲୋଡ୍‌ କରାଯିବ ଏବଂ ହେରାଫେରି ରୋକିବାକୁ ଚେଷ୍ଟା କରାଯିବ। 

ନିର୍ବାଚନ ପ୍ରଚାରର ଶେଷ ଦିନ ଅରବିନ୍ଦ କେଜ୍ରିୱାଲ ଏକ ଭିଡ଼ିଓ ମାଧ୍ୟମରେ ଇଭିଏମ୍‌କୁ ନେଇ ନିଜର ଆଶଙ୍କା ଓ ଏଥିରୁ ବର୍ତ୍ତିବାକୁ ନେଇ କରାଯାଇ ଥିବା ପ୍ରସ୍ତୁତି ବିଷୟରେ କହିଛନ୍ତି। କେଜ୍ରିୱାଲ ଦାବି କରିଛନ୍ତି କି, ତାଙ୍କୁ କୌଣସି ସୂତ୍ରରୁ କୁହାଯାଇଛି ଯେ, ୧୦ପ୍ରତିଶତ ଭୋଟର ଗଡ଼ବଡ଼ ହୋଇପାରେ। କେଜ୍ରିୱାଲ କହିଛନ୍ତି, ମୁଁ ଯେଉଁଠି କି ବି ଯାଉଛି, ଲୋକେ ମୋତେ ଗୋଟିଏ କଥା କହୁଛନ୍ତି କି, ଭୋଟ ତ ଆପଣଙ୍କୁ ଦେଉଛୁ, ଜଣାନାହିଁ ଯାଉଛି କୁଆଡେ, କେଜ୍ରିୱାଲ ଜୀ ମେସିନକୁ ସମ୍ଭାଳ। ମେସିନ ବଡ଼ ଗଡବଡ଼। ଏହି ଲୋକମାନେ ମେସିନକୁ ବହୁତ ଗଡ଼ବଡ଼ କରି ରଖିଛନ୍ତି। ମୋତେ ସୂତ୍ରରୁ ଜଣାପଡ଼ିଛି କି, ମେସିନରୁ ଏମାନେ ୧୦ପ୍ରତିଶତ ଭୋଟର ଗଡ଼ବଡ଼ କରି ପାରନ୍ତି। 

ଅରବିନ୍ଦ କେଜ୍ରିୱାଲ ନିଜର ସମର୍ଥକଙ୍କୁ କହିଛନ୍ତି, ଝାଡୁକୁ ଏତେ ଭୋଟ ଦିଅକି ୧୦ପ୍ରତିଶତ ଗଡ଼ବଡ଼ ସତ୍ତ୍ୱେ ଜିତି ଯାଉ। ସେ କହିଛନ୍ତି , ଆପଣ ଏତେ ସଂଖ୍ୟାରେ ଭୋଟ ଦିଅନ୍ତୁ , ପ୍ରତ୍ୟେକ ଝାଡ଼ୁର ଭୋଟର ହେବା ଉଚିତ୍‌। ଆମର ୧୫ ପ୍ରତିଶତର ଲିଡ୍‌ ହୋଇଗଲେ, ୫ ପ୍ରତିଶତରେ ଜିତି ଯିବୁ। ୧୦ ପ୍ରତିଶତରୁ ଉପରେ ଲିଡ୍‌ ଦେଇଦିଅ ସବୁ ସ୍ଥାନରେ। ଏତେ ଭୋଟ ଦିଅ ଯେ ,ତାଙ୍କର ମେସିନ୍‌ ଉପରେ ଆମେ ଜିତି ଯିବା। ଏହା ହିଁ ଗୋଟିଏ ଉପାୟ ମେସିନ୍‌ ଠାରୁ ଅତିକ୍ରମ କରିବାର। 

କେଜ୍ରିୱାଲ କହିଛନ୍ତି କି, ସଚେତନତା ଭାବେ ଆମ୍‌ ଆଦମୀ ପାର୍ଟି ଏକ ୱେବସାଇଟ୍‌ ମଧ୍ୟ କରିଛି, ଯାହା ଉପରେ ଭୋଟିଂ ଦିନ ପ୍ରତି ପୋଲିଂ ବୁଥ୍‌ରୁ ୬ ପ୍ରକାରର ଡାଟା ଅପଲୋଡ୍‌ କରାଯିବ। କେଉଁ ବୁଥ୍‌ରେ କେତେ ଭୋଟ୍‌ ଦିଆଗଲା ଏବଂ ଶେଷରେ ଇଭିଏମ୍‌ର ବ୍ୟାଟେରୀ କେତେ ଥିଲା, ଏହା ମଧ୍ୟ ନୋଟ୍‌ କରି ଅପଲୋଡ କରାଯିବ। 

ଆପ୍‌ ପ୍ରମୁଖ ଗତ କିଛି ଦିନରେ ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ଅନେକ ଥର ପ୍ରଶ୍ନ ଉଠାଇ ସାରିଛନ୍ତି, କିନ୍ତୁ ଏହି ପ୍ରଥମ ଥର ଯେବେ ସେ ଇଭିଏମ୍‌କୁ ନେଇ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି। କଂଗ୍ରେସ ସମେତ ଅନେକ ବିରୋଧି ଦଳ ଦୀର୍ଘ ଦିନରୁ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଆମ୍‌ ଆଦମୀ ପାର୍ଟି ଏବେସୁଦ୍ଧା ଏମିତି କରିବାରେ ନିବୃତ୍ତ ରହିଛି।