ନୂଆଦିଲ୍ଲୀ,୧୫/୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଆମ ଆଦମୀ ପାର୍ଟି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଫାଇନାଲ ପ୍ରାର୍ଥୀ ତାଲିକାରେ ୩୮ ଯୋଦ୍ଧାଙ୍କ ନାମ ରହିଛି । ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶ ପୁଣି ଥରେ କାଲକାଜିରୁ ଭାଗ୍ୟ ପରୀକ୍ଷା ଦେବେ । ଭୈରବ ଭାରଦ୍ବାଜ ଗ୍ରେଟର  କୈଳାଶରୁ ଆପର ପ୍ରାର୍ଥୀ ରହିଛନ୍ତି ।

ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌। ଏଥିପାଇଁ ଜୋରସୋର୍‌ରେ ଚାଲିଛି ପ୍ରସ୍ତୁତି। ସମସ୍ତ ଦଳ ଲାଗି ପଡିଛନ୍ତି। କିଏ କେଉଁଠୁ ନିର୍ବାଚନ ଲଢ଼ିବ ତାକୁ ନେଇ ଚାଲିଛି ମାନସ ମନ୍ଥନ। ଏହାରି ଭିତରେ ଆମ୍‌ ଆଦମୀ ପାର୍ଟି ଗୋଟିଏ ପରେ ଗୋଟିଏ ନିଜ ପ୍ରାର୍ଥୀ ଘୋଷଣା କରି ଚାଲିଛି। ଏବେ ବିଧାନସଭା ନିର୍ବାଚନ ପାଇଁ ଆପ୍‌ ତା'ର ଚତୁର୍ଥ ତଥା ଅନ୍ତିମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩୮ ଯୋଦ୍ଧାଙ୍କ ନାମ ରହିଛି । ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀରୁ ନିର୍ବାଚନ ଲଢିବେ । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶ ପୁଣି ଥରେ କାଲକାଜିରୁ ଭାଗ୍ୟ ପରୀକ୍ଷା ଦେବେ ବୋଲି ଜଣାପଡିଛି । ଭୈରବ ଭାରଦ୍ବାଜ ଗ୍ରେଟର  କୈଳାଶରୁ ଆପର ପ୍ରାର୍ଥୀ ରହିଛନ୍ତି । ବର୍ତ୍ତମାନ ସେ ଏହି ଆସନରେ ବିଧାୟକ ଅଛନ୍ତି ।

ବର୍ତ୍ତମାନ ଆପର ବିଧାୟକ ମଦନ ଲାଲଙ୍କ ଟିକେଟ କଟିଛି । ତାଙ୍କ ସ୍ଥାନରେ କସ୍ତୁରବା ନାଗରରୁ ରମେଶ ପେହଲୱାନଙ୍କୁ ମୈଦାନକୁ ଓହ୍ଲାଇଛି । ରମେଶ ଓ ତାଙ୍କ ପତ୍ନୀ କୁସୁମ ଲତା ବିଜେପି ଛାଡି ଆପରେ ସାମିଲ ହୋଇଛନ୍ତି । ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ବାସ ସହ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।