ନୂଆଦିଲ୍ଲୀ : ଦିଲ୍ଲୀ ବିଧାସଭାର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ । ବିଧାନସଭାର ଗେଟ ଭାଙ୍ଗି ଏକ ଅଜରା ଗାଡ଼ି ପଶିଲା । ଆଉ ବାଚସ୍ପତିଙ୍କ କୋଠରୀ ବାହାରେ ଫୁଲତୋଡ଼ା ରଖି ବାହାରିଲା । ଯାହାକି ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ପୁଲିସ ପାଖରେ ପହଞ୍ଚିବା ପରେ ଏବେ ସିସିଟିଭି ଆଧାରେ ଯାଞ୍ଚ କରାଯାଉଛି । ଏହି ଡ୍ରାଇଭର କିଏ ? ଯାହାଙ୍କ ଏତେ ସାହସ, ବିଧାନସଭା ଭିତରେ କେମିତି ପଶିଲା ?
ସୋମବାର, ସମୟ ଦିନ ୨ଟା ୫ ହେବ । ହଠାତ ଏକ ଧଳା ରଙ୍ଗର କାର ଦିଲ୍ଲୀ ବିଧାନସଭାର ମଲ ରୋଡରେ ଥିବା ଗେଟ୍ ଭାଙ୍ଗି ଭିଆଇପିଙ୍କ ପ୍ରବେଶ ପଥରେ ଭିତରକୁ ପଶିଥିଲା । ବାଚସ୍ପତିଙ୍କ କୋଠରୀ ବାହାରେ ଏକ ଫୁତତୋଡ଼ା ରଖି ବାହାରିଥିଲା । ସେପଟେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି, କାରଟି ବହୁତ ଜୋରରେ ଭିତରକୁ ପଶିଥିବାବେଳେ ସେଠାରେ ବୁଲିଥିଲା । ଯାହାକି ବିଶୃଙ୍ଖଳା ଏବଂ ଉତ୍ତେଜନାପୂର୍ଣ୍ଣ ଥିଲା ବୋଲି ପ୍ରକାଶ କରିଛନ୍ତି । ସେପଟେ ପୁଲିସ ସିସିଟିଭି ଆଧାରରେ ଯାଞ୍ଚ କରୁଥିବାବେଳେ ଖୁବଶୀଘ୍ର ଏହି ବ୍ୟକ୍ତି ଧରା ପଡ଼ିବ ବୋଲି କହିଛନ୍ତି ।
ଏହାସହ ପଢ଼ନ୍ତୁ : ଟାର୍ଗେଟ କରେ ଧନୀ ଯୁବତୀ, ଦୁଷ୍କର୍ମ କରି ଫେରାର ହୁଏ : ଏମିତି ଧରିଲା ପୁଲିସ