- କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଆଶ୍ୱସ୍ତି
- ବାରମ୍ୱାର ସମନକୁ ଏଡାଉ ଥିଲେ କେଜ୍ରିୱାଲ
- କେଜ୍ରିୱାଲଙ୍କ ବ୍ୟତୀତ ଅନେକ ନେତା ଯାଇଥିଲେ ଜେଲ୍
ନୂଆଦିଲ୍ଲୀ : କଥିତ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ଦୁଇଟି କେସ୍ରେ ଆମ୍ ଆଦମୀ ପାର୍ଟି (ଆପ୍)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି। ସମନକୁ ଏଡାଇ ଦେବା କାରଣରୁ ଇଡି ଦ୍ୱାରା ରୁଜୁ କରାଯାଇ ଥିବା ମୋକଦମାରେ ଦିଲ୍ଲୀର ଏକ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରି ଦେଇଛନ୍ତି। କେଜ୍ରିୱାଲ ନିଷ୍ପତ୍ତି ପରେ ଏକ୍ସରେ ‘ସତ୍ୟମେବ ଜୟତେ’ ଲେଖି ନିଜର ପ୍ରତିକ୍ରିୟା ସେୟାର କରିଛନ୍ତି।
ରାଉଜ ଏଭେନ୍ୟୁ କୋର୍ଟରେ ଆଡିସନାଲ ଚିଫ୍ ଜ୍ୟୁଡିସିଆଲ ମାଜିଷ୍ଟ୍ରେଟ୍ (ଏସିଜେଏମ) ପାରସ ଦଲାଲ ଗୁରୁବାର ଆଦେଶ ପାରିତ କରି ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଇଡି ପକ୍ଷରୁ ଦାଏର ଦୁଇଟି ମାମଲାରେ ମୁକ୍ତ କରିଛନ୍ତି। ସୂଚନା ଯେ, ଇଡି ଫେବ୍ରୁଆରୀ ୨୦୨୪ରେ କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ପିଟିସନ ଦାଏର କରି ଥିଲା।
ଏହାସହ ମଧ୍ୟ ପଢନ୍ତୁ : ଧାର ଭୋଜଶାଳା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବସନ୍ତ ପଞ୍ଚମୀ ପୂଜା ହେବ, ନମାଜ ବି ପଢାଯିବ
ଭିନ୍ନ ଭିନ୍ନ ତାରିଖ ଉପରେ ୫ ଥର ସମନ କରାଯିବା ପରେ ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ସମ୍ମୁଖରେ ହାଜର ହୋଇ ନଥିଲେ। ଦିଲ୍ଲୀରେ ଆର୍ଥିକ ବର୍ଷ ୨୦୨୧-୨୨ରେ ଲାଗୁ କରାଯାଇ ଥିବା ଅବକାରୀ ନୀତିରେ ଗଡ଼ବଡ଼ର ଅଭିଯୋଗ ପରେ ସିବିଆଇ ୧୭ ଅଗଷ୍ଟ ୨୦୨୨କୁ କେସ୍ ରୁଜୁ କରିଥିଲା। ଅଗଷ୍ଟରେ ଇଡି ମଧ୍ୟ କେସ୍ ରୁଜୁ କରି ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ ଆରମ୍ଭ କରିଥିଲା। ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇ ଥିଲା। ସେ ଏହି ସମୟରେ ଜାମିନ୍ ଅଛନ୍ତି।
ମଦ ଦୁର୍ନୀତି ଅଭିଯୋଗରେ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟତୀତ ଆମ୍ ଆଦମୀ ପାର୍ଟିର ଅନେକ ନେତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା। କେଜ୍ରିୱାଲଙ୍କ ବ୍ୟତୀତ ମନିଷ ସିଷୋଦିଆ , ସଞ୍ଜୟ ସିଂହଙ୍କୁ ମଧ୍ୟ ଅନେକ ମାସ ଧରି ରହିବାକୁ ପଡ଼ି ଥିଲା।