ନୂଆଦିଲ୍ଲୀ, ୦୮/୧୨: ରାଜଧାନୀ ଦିଲ୍ଲୀରେ ଅଘଟଣ। ସିଲିଣ୍ଡର ଫାଟି ଜଳିଗଲେ ଗୋଟିଏ ପରିବାରର ୬ ଜଣ । ତେବେ ଦିଲ୍ଲୀର ନରେଲାରେ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ସ୍ଥାନୀୟଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଆହତମାନଙ୍କ ମଧ୍ୟରେ ୪୦ ବର୍ଷୀୟ ରାଜୁ, ତାଙ୍କ ପତ୍ନୀ ରାଜେଶ୍ୱରୀ, ୧୮ ବର୍ଷୀୟ ରାହୁଲ ଏବଂ ତିନି ଛୋଟ ଝିଅ ଥିବା ଜଣାପଡିଛି।
ସୂଚନା ମୁତାବକ, ପରିବାର ଜଣେ ସଦସ୍ୟ ରୋଷେଇ କରୁଥିଲା। ସେହି ସମୟରେ ହଠାତ୍ ସିଲିଣ୍ଡର ଫାଟି ଭୁଶୁଡି ପଡିଥିଲା । ଫଳରେ ପରିବାରର ସମସ୍ତେ ଜଳିଯାଇଥିଲେ । ଏନେଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପ୍ରକାଶ ଥାଉକି, ସେହିପରି ଗତ ଦୁଇ ଦିନ ତଳେ ଅର୍ଥାତ ଶୁକ୍ରବାର ଦିନ ସେହି ଅଞ୍ଚଳରେ ସିଲିଣ୍ଡର ଫାଟି ଜଳି ଯାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୋଲିସ ଏହି ଘଟଣାର ଏକ ମାମଲା ରୁଜୁ କରି ଯାଞ୍ଚ କରୁଛି।