ନୂଆଦିଲ୍ଲୀ, ୩/୧୧ : ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୬୩ବର୍ଷୀୟ ଡାକ୍ତର ଯୋଗେଶ ଚନ୍ଦ୍ର ପାଲଙ୍କ ହତ୍ୟା ଏବଂ ଡକାୟତି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଡା. ପାଲଙ୍କ ମୃତଦେହ ମଇରେ ଜଙ୍ଗପୁରା ଏକ୍ସଟେଶନ ଠାରେ ଥିବା ନିଜ ଘରୁ ମିଳିଥିଲା । ଅଭିଯୁକ୍ତ ପୋଲିସକୁ ଚକମା ଦେବା ଲାଗି ୮ମୋବାଇଲ୍ ଫୋନ ଏବଂ ୨୦ସିମ କାର୍ଡ଼ର ବ୍ୟବହାର କରିଥିଲା ।
ଅଭିଯୁକ୍ତର ପରିଚୟ ବିଷ୍ଣୁସ୍ବରୂପ ଶାହୀ ଭାବେ ହୋଇଛି। ଯାହାକୁ ପୋଲିସ୍ ଟିମ୍ ଦ୍ବାରା ୧,୬୦୦କିଲୋମିଟର ପର୍ଯ୍ୟନ୍ତ ପିଛା କରିବା ପରେ ୨ନଭେମ୍ବରରେ ଭାରତ- ନେପାଳ ସୀମାରେ ଗିରଫ କରିଛି । ଅଭିଯୁକ୍ତ ବାରମ୍ବାର ଠିକଣା ପରିବର୍ତ୍ତନ କରୁଥିଲା ଏବଂ ସେ ୬ଥର ନାଁ ପରିବର୍ତ୍ତନ କରିଥିଲା ।
ଏହି ସମୟରେ ଅଭିଯୁକ୍ତ କେତେକ ଥର ମିଛ ଦସ୍ତାବିଜ ବି କରିଥିଲା ଏବଂ ପୋଲିସକୁ ତା’ନିକଟରୁ ବିଷ୍ଣ୍ୁ, ଶକ୍ତି ସାଇ, ସତ୍ୟ ସାଇ, ସୂର୍ଯ୍ୟ ପ୍ରକାଶ, ଗଗନ ଓଲୀ ଏବଂ କୃଷ୍ଣା ନାମରେ କାଗଜ ମିଳିଛି । କୁହାଯାଉଛି କି ସେ ଡା. ପାଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଅଟେ। ନିଜ ୪ଅନ୍ୟ ସାଥିମାନଙ୍କ ସହ ମିଶି ସେ ବହୁ ମାସ ପର୍ଯ୍ୟନ୍ତ ପୋଲିସ ଆଖିରେ ଧୁଳି ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲା । ସାହୀକୁ ଧରିବାକୁ ପୋଲିସ ଅଧିକାରୀ ତା’ର ଫୋନ ରେକର୍ଡ଼ର ସାହାଯ୍ୟ ନେଇଥିଲେ ।