ପ୍ରମୂଖ ଖବର
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||

ପିଏମ୍ ମୋଦିଙ୍କ ଡିଗ୍ରୀ ସମ୍ପର୍କିତ ସୂଚନା ହେବନି ସାର୍ବଜନୀନ, ସିଆଇସିଙ୍କ ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟଙ୍କ ଖାରଜ

Published By : Harapriya Biswal | August 25, 2025 5:29 PM

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ରାଜୁଏସନ୍  ଡିଗ୍ରୀ ସହ ଜଡିତ ସୂଚନା ପ୍ରକାଶ କରିବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗ (CIC) ର ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ  କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ସୂଚନା ଆୟୋଗର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା। ୨୦୧୬ରେ ଦାଖଲ ହୋଇଥିବା ଏକ RTI ଆବେଦନ ଆଧାରରେ, CIC ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ନାତକ ଡିଗ୍ରୀ ସହ ଜଡିତ ସୂଚନା ପ୍ରକାଶ କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲା।

ଦିଲ୍ଲୀ ହାଇକୋର୍ଟର ବିଚାରପତି ସଚିନ ଦତ୍ତଙ୍କ ନିର୍ଦେଶ ଅନୁସାରେ, ଶିକ୍ଷାଗତ ରେକର୍ଡ ଏବଂ ଡିଗ୍ରୀ ପ୍ରକାଶ କରିବା ବାଧ୍ୟତାମୂଳକ ନୁହେଁ।  ପିଏମ୍ ମୋଦିଙ୍କ ଏକାଡେମିକ୍ ରେକର୍ଡର ଖୁଲାସାକୁ ନେଇ ଏହି ଆଇନଗତ ଲଢେଇ ବହୁ ବର୍ଷ ହେବ ଚାଲିଛି। ସୂଚନା ଅଧିକାର (RTI) ଅଧୀନରେ ଆବେଦନ ଦାଖଲ କରିବା ପରେ, କେନ୍ଦ୍ରୀୟ ସୂଚନା ଆୟୋଗ ୧୯୭୮ରେ ବିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଙ୍କ ରେକର୍ଡ ଯାଞ୍ଚ କରିବାକୁ ୨୧ ଡିସେମ୍ବର, ୨୦୧୬ରେ ଅନୁମତି ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ବିଶ୍ୱବିଦ୍ୟାଳୟ ତୃତୀୟ ପକ୍ଷଙ୍କ ସହ ଜଡିତ ସୂଚନା ସେୟାର ନକରିବା ପାଇଁ ନିୟମ ଦର୍ଶାଇ ମନା କରିଦେଇଥିଲା। ତଥାପି, କେନ୍ଦ୍ରୀୟ ସୂଚନା ଆୟୋଗ (CIC) ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ।   ଡିସେମ୍ବର ୨୦୧୬ ରେ ବିଶ୍ୱବିଦ୍ୟାଳୟକୁ ଯାଞ୍ଚ କରିବାକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। CIC କହିଥିଲେ ଯେ ଯେକୌଣସି ସାଧାରଣ ବ୍ୟକ୍ତିଙ୍କ, ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ୱଚ୍ଛ ହେବା ଉଚିତ। CIC ଏହା ମଧ୍ୟ କହିଥିଲେ ଯେ ଏହି ସୂଚନା ଧାରଣ କରିଥିବା ରେଜିଷ୍ଟରକୁ ଏକ ସାର୍ବଜନୀନ ଡକ୍ୟୁମେଣ୍ଟ ଭାବରେ ବିବେଚନା କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.