ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ନିଆରା ଉପାୟରେ ଖସି ଯାଇଥିବା କଏଦୀକୁ ଧରିଲା ଦିଲ୍ଲୀ ପୋଲିସ; ମିଠାଦେଇ ପକେଇଲା ହାତକଡି

Published By : Bijay Swain | January 30, 2025 10:25 PM

Image courtesy: indiatoday

ନୂଆଦିଲ୍ଲୀ: ଏକ ଅଭିନବ ଉପାୟରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଏକ ଆରୋପୀକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଗଣତନ୍ତ୍ର ଦିବସ ପାଳନ ଅବସରରେ ବୁନ୍ଦି-ଲଡ଼ୁ ବାଣ୍ଟି ଦିଲ୍ଲୀ ପୋଲିସ ପାରୋଲରୁ ଖସି ଆସିଥିବା ଜଣେ ହତ୍ୟାକାରି ଦୋଷୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ପରେ ଆରୋପିୱ ଜଣକୁ ପୋଲିସ ଅଧିକାରୀ ମାନେ ହାଜତକୁ ପଠେଇଛନ୍ତି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଆରୋପିକୁ ଦୀର୍ଘ ତିନି ବର୍ଷରୁ ଅଧିକ ସମୟ ଧରି ଖୋଜା ଚାଲିଥିଲେ ମଧ୍ୟ ତାର ପତା ମିଳୁନଥିଲା। 

ସୂଚନା ମୁତାବକ, ପରକୀୟା ପ୍ରୀତି ସନ୍ଦେହରେ ୨୦୦୮ ମସିହାରେ ୪୦ ବର୍ଷିୟ କୈଳାସ ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା। ଏହି ମାମଲାରେ ୨୦୧୧ ମସିହାରେ ଏହି ମାମଲାରେ କୈଳାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତେବେ ତାଙ୍କୁ ଗତ ମଙ୍ଗଳବାର ମଧ୍ୟପ୍ରଦେଶର ଶିବପୁରୀରୁ ଗିରଫ କରାଯାଇଥିଲା ବୋଲି ପୋଲିସ ଅଧିକାରୀମାନେ କହିଛନ୍ତି।

ଏହି ମାମଲାରେ କୈଳାସକୁ ଆଜୀବନ କାରାବାସ ହୋଇଥିଲା। ତେବେ ୨୦୨୧ ମସିହାରେ କୋଭିଡ-୧୯ ମହାମାରୀ ବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ତିନିମାସର ପାରୋଲରେ ଘରକୁ ଆସିଥିଲା। ସେବେଠୁ ସେ ଫେରାର ହୋଇଯାଇଥିଲା ବୋଲି କ୍ରାଇମ ବ୍ରାଞ୍ଚର ଆଡସିନାଲ କମିଶନର ସଞ୍ଜୟ କୁମାର ସାଇଁ ସୂଚନା ପ୍ରଦାନ କରିଛନ୍ତି। 

ଗିରଫଦାରୀରୁ ରକ୍ଷା ପାଇବା ପାଇଁ ସେ ପ୍ରାୟତଃ ଗୋଟିଏ ଜାଗାରେ ନରହି ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲା। ସେ ପ୍ରଥମେ ଦିଲ୍ଲୀର ଲକ୍ଷ୍ମୀ ନଗରରେ ଗୋଟିଏ ବର୍ଷ ପାଇଁ ରହୁଥିଲା। ଏହା ପୂର୍ବରୁ ସେ ଦୁଇ ବର୍ଷ ପାଇଁ ହରିଦ୍ୱାରରେ ରହୁଥିଲା। ବର୍ତ୍ତମାନ ସେ ମଧ୍ୟପ୍ରଦେଶର ନିଜ ଗାଁକୁ ଫେରି ସେଠାରେ ଦିନ ମଜୁରିଆ ଭାବରେ କାମ କରୁଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି।

ତେବେ ସେ ଗାଁକୁ ଫେରିବା ପରେ ସ୍ଥାନିୟ ଇନଫର୍ମର ମାନେ ତା ସମ୍ପର୍କରେ ପୋଲିସକୁ ସୂଚନା ପ୍ରଦାନ କରିଥିଲେ। ଏହାପରେ ପୋଲିସ 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.