ନୂଆଦିଲ୍ଲୀ : ଦିଲ୍ଲୀରେ ବାରମ୍ୱାର ସ୍କୁଲ ଗୁଡ଼ିକୁ ମିଳୁଥିବା ବୋମା ଧମାକାର ଧମକ ପଛରେ ଏକ ଏନଜିଓ ଓ ରାଜନୀତିକ ଦଳର ଲିଙ୍କ୍‌ ସାମନାକୁ ଆସିଛି। ଅନେକ ଯାଞ୍ଚ ପରେ ପୁଲିସକୁ ଏହି ସୁରାକ୍‌ ମିଳିଛି। ହେଲେ , ଦିଲ୍ଲୀ ପୁଲିସ୍‌ ଏବେ ଏହି ଏନଜିଓ ଓ ରାଜନୀତିକ ଦଳର ନାଁ ଖୁଲାସା କରି ନାହିଁ। 

ସ୍ପେଶାଲ ସିପି ଲ’ ଆଣ୍ଡ ଅର୍ଡର ମଧୁପ ତିୱାରୀ ଏବେସୁଦ୍ଧା ହୋଇଥିବା ଯାଞ୍ଚର ସୂଚନା ଦେଇ ଏଏନଆଇକୁ କହିଛନ୍ତି- ସ୍କୁଲ୍‌କୁ ବାରମ୍ୱାର ବୋମାର ଧମକପୂର୍ଣ୍ଣ ଇମେଲ୍‌ ପଠାଯାଉ ଥିଲା। ଏହାର ଆରମ୍ଭ ୧୪ ଫେବ୍ରୁଆରୀରେ ହୋଇଥିଲା। ଆମେ ଖୁବ୍ ତତ୍ପରତାର ଯାଞ୍ଚ ଆରମ୍ଭ କରି ଥିଲୁ। ଭିପିଏନ ଆଦିର ବ୍ୟବହାର କରାଯାଉ ଥିଲା, ଇମେଲର ସୋର୍ସ ବିଷୟରେ ଜାଣିବା ସହଜ ନଥିଲା। କିନ୍ତୁ ୮ ଜାନୁଆରୀରେ ଆମକୁ ଏକ ସୂଚନା ମିଳିଥିଲା ,ଯେଉଁଥିରୁ ଜଣେ ନାବାଳକ ବିଷୟରେ ଜଣାପଡ଼ିଲା। ଆମେ ଜାଣିଲୁ କି, ସେ ହିଁ ଇମେଲ ପଠାଇ ଥିଲେ। 

ଅଧିକାରୀ କହିଛନ୍ତି କି, ନାବାଳକକୁ ପଚରାପଚରି ଓ ଯାଞ୍ଚ ପରେ ତାଙ୍କର ତଦନ୍ତ ଏକ ଏନଜିଓ ଓ ରାଜନୀତିକ ଦଳ ପାଖରେ ଯାଇ ପହଞ୍ଚି ଯାଇଛି। ସ୍ପେଶାଲ ସିପି କହିଛନ୍ତି କି, ସେ ରାଷ୍ଟ୍ର ବିରୋଧି ଶକ୍ତି ଗୁଡ଼ିକର ସାମିଲ ହେବାର ଆଶଙ୍କା କରୁଥିଲେ। ଯାଞ୍ଚ ବେଳେ ଯେବେ ଅଭିଯୁକ୍ତ (ନାବାଳକ)ର ପରିବାରର ଲୋକଙ୍କର ପୃଷ୍ଠଭୂମିର ଯାଞ୍ଚରୁ ଜଣାପଡ଼ିଲା କି, ତାର ଜଣେ ଅଭିଭାବକ ଯେଉଁ ସଂସ୍ଥା ସହ ଜଡ଼ିତ , ତାଙ୍କର ଏକ ଏନଜିଓ ସହ ଗଭୀର ଲିଙ୍କ୍ ରହିଛି। 

ଏହି ଏନଜିଓର ପ୍ରାରମ୍ଭିକ ଯାଞ୍ଚରେ ଜଣାପଡ଼ିଛି କି, ଏହାର ଏକ ରାଜନୀତିକ ଦଳ ସହ ଗଭୀର ସଂପର୍କ ରହିଛି। ବହୁତ ମାମଲାରେ ଏହି ଏନଜିଓ ଏହି ଦଳକୁ ସମର୍ଥନ କରିଥାଏ। ଅଧିକାରୀ କହିଛନ୍ତି କି, ଏନଜିଓ ଅଫଜଲ ଗୁରୁ( ୨୦୦୧ର ଭାରତୀୟ ପାର୍ଲିଆମେଣ୍ଟ ଆକ୍ରମଣର ଦୋଷୀ) ର ଫାଶୀ ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି।

ଅଧିକାରୀମାନେ କହିଛନ୍ତି କି, ଅତି କମ୍‌ରେ ୭ଟି ସ୍ଥାନକୁ ଏହି ନାବାଳକ ଜଣଙ୍କ ଇମେଲ୍‌ ପଠାଇ ଥିଲେ। ଥରେ ଯେତେବେଳେ କି ଏକାବେଳେ ୨୫୦ଟି ସ୍କୁଲକୁ ଧମକ ଦିଆ ଯାଇ ଥିଲା। ଏନଜିଓ ଓ ରାଜନୀତିକ ଦଳର ଭୂମିକାକୁ ନେଇ ଅଧିକାରୀ କହିଛନ୍ତି କି, ଏବେ ଯାଞ୍ଚ ପ୍ରାରମ୍ଭିକ ସ୍ତରରେ ଅଛି, ଆଗକୁ ମଧ୍ୟ ଯାଞ୍ଚ କରାଯାଉଛି। ସେ ଏବେ ଏନଜିଓ ଓ ଦଳର ନାଁ ନେବାକୁ ମନା କରିଛନ୍ତି।