ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଦିଲ୍ଲୀବାସୀଙ୍କ ଫୁସଫୁସକୁ ଯାଉଛି ନାନୋ ପାର୍ଟିକିଲ୍ସ , ଜାଣନ୍ତୁ ହାର୍ଟ ଓ ବ୍ରେନ୍ ପାଇଁ କେତେ ବିପଦଜନକ ?

Published By : Harapriya Biswal | January 14, 2025 7:12 PM

ନୂଆଦିଲ୍ଲୀ,୧୪।୧:  ଦିଲ୍ଲୀବାସୀଙ୍କ ଫୁସଫୁସରେ ନାନୋ କଣିକା ପ୍ରବେଶ କରୁଛି, ଯାହା ବହୁତ ଭୟଙ୍କର। ଏକ ଅଧ୍ୟୟନରୁ ଜଣାପଡିଛି ଯେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI)ରେ ଉପସ୍ଥିତ ପ୍ରଦୂଷକ ନାନୋ ପାର୍ଟିକିଲ୍ସ ଫୁସଫୁସ ଦେଇ ରକ୍ତପ୍ରବାହରେ ପହଞ୍ଚି ପ୍ରତ୍ୟେକ ଅଙ୍ଗକୁ ପ୍ରଭାବିତ କରୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ନଭେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆରରେ ପିଏମ୍ ୨.୫ ର ଲେବଲ ମାନକଠାରୁ ବହୁ ଗୁଣ ଅଧିକ ପହଞ୍ଚିଛି। ଏଥିରେ ପ୍ରଦୂଷିତ ନାନୋ କଣିକାର ସ୍ତର ବହୁତ ବୃଦ୍ଧି ପାଇଛି। N95 ମାସ୍କ ମଧ୍ୟ ସେମାନଙ୍କୁ ଅଟକାଇ ପାରିବ ନାହିଁ। ଏଗୁଡ଼ିକ ଏତେ ବିପଦଜନକ ଯେ ପିଲା ଏବଂ ବୟସ୍କଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଆସନ୍ତୁ ଜାଣିବା ଫୁସଫୁସରେ ନାନୋ ପାର୍ଟିକିଲ୍ସ ପହଞ୍ଚିବା କେତେ ବିପଦପୂର୍ଣ୍ଣ ?

ନାନୋ ପାର୍ଟିକିଲ୍ସ ଆମର କେଶଠାରୁ ବି ୫୦୦ ଗୁଣା ଛୋଟ, ଯାହାକି ଫୁସଫୁସ୍‌ ଓ ଶରୀରର ଅନ୍ୟ ଅଙ୍ଗ ପର୍ଯ୍ୟନ୍ତ ପହଁଞ୍ଚିବା ପରେ ବିପଦ ସୃଷ୍ଟି କରିଥାଏ। ଏହା ଏତେ ଛୋଟ ଯେ, ରକ୍ତ ଜରିଆରେ ମସ୍ତିସ୍କ ପର୍ଯ୍ୟନ୍ତ ପହଁଞ୍ଚିବା ପରେ ପ୍ରଭାବିତ କରିଥାଏ। ଦିଲ୍ଲୀର ବାୟୁରେ ଏହା ମିଶିଯାଇଛି ଓ ଏହା ମାଧ୍ୟମରେ ଶରୀର ଭିତରେ ପହଁଞ୍ଚି ଯାଇଥାଏ। ଏହାଦ୍ବାରା ସବୁଠୁ ଅଧିକ ବିପଦ ସଡକ କଡରେ ରହିଥିବା ଲୋକ ଓ  ଟ୍ରାଫିକ୍ ପୋଲିସଙ୍କୁ ରହିଛି। ଅହମ୍ମଦାବାଦର ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା ଓ ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ମିଳିତ  ଭାବରେ ଏହି ଷ୍ଟଡି କରିଛନ୍ତି। ଏଥିରେ ଜଣାପଡିଛି ଯେ, ଦିଲ୍ଲୀରେ ଚାଲୁଥିବା ଲୋକଙ୍କ ଶ୍ବାସକ୍ରିୟା ଉପରେ ବାୟୁରେ ଥିବା ନାନୋ ପାର୍ଟିକିଲ କିମ୍ବା ଏହାଠାରୁ ଛୋଟ କଣିବାର ଉପସ୍ଥିତି ଓ ପ୍ରଭାବର ଯାଞ୍ଚ କରାଯାଇଛି। ଏହାର ପ୍ରଭାବ ରାସ୍ତା କଡରେ ସବୁଠାରୁ ଅଧିକ ୩୦% ରହିଛି। ଦିଲ୍ଲୀବାସୀ ସଡକରେ ଚାଲିବା ସମୟରେ ପ୍ରତିଦିନ ୧୦-୧୮ ମିଲିୟନ ନାନୋପାର୍ଟିକିଲ୍ସର ସମ୍ପର୍କରେ ଆସିଥାନ୍ତି, ଯାହାକି ତାଙ୍କ ସ୍ବାସ୍ଥ୍ୟ ପାଇଁ ବିପଦଜନକ।

ଏହାଦ୍ବାରା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପଡୁଛି। ସିଧାସଳଖ ଫୁସଫୁସ୍‌ ବାଟ ଦେଇ ରକ୍ତର ଧମନୀରେ ଜମି ଯାଇଥାଏ। ପିଲାଙ୍କ ଭିତରେ ହାଇବ୍ଲଡ ପ୍ରେସର ଓ ଡାଇବେଟିସ୍‌ର ବିପଦ ବଢିଯାଇଥାଏ। କେବଳ ସେତିକି ନୁହେଁ ହାର୍ଟ ଏବଂ ବ୍ରେନ୍ ପାଇଁ ଖୁବ୍ ବିପଦଜନକ। ଏହା କାରଣରୁ ହାର୍ଟ ଆଟାକ, ବ୍ରେନ୍ ଷ୍ଟେ୍ରାକ୍, ଲଙ୍ଗସ୍ କ୍ୟାନସର, ଆଲର୍ଜି, ଆସ୍ଥମା, ସିଓପିଡି, ଟିବି, ନିମୋନିଆ ଏବଂ ପିଲାଙ୍କ ଭିତରେ କ୍ୟାନସର ଭଳି ବିପଦଜନକ ରୋଗ ଦେଖିବାକୁ ମିଳେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.