ନୂଆଦିଲ୍ଲୀ, ୨୦/୧୦ : ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଲୁଟିଲେ ଦୁର୍ବୃତ୍ତ । ଶନିବାର ଦୁଇ ଜଣ ଦୁର୍ବୃତ୍ତ ନିଜକୁ କୋରିୟର ବୟ କହି ରିଟାୟର୍ଡ଼ ବୈଜ୍ଞାନିକଙ୍କ ଘରେ ପଶିଥିଲେ । ପରେ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ବନ୍ଧକ ରଖି ପ୍ରାୟ ୨କୋଟି ଟଙ୍କା ଲୁଟ୍ କରିଥିଲେ ।
ପୋଲିସ ଶନିବାର କହିଛି କି ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଜଣେ ରିଟାୟର୍ଡ଼ ବୈଜ୍ଞାନିକ ଏବଂ ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ଘରେ ବନ୍ଧକ ରଖାଯାଇଥିଲା । ବନ୍ଧୁକ ମୁନରେ ବନ୍ଧକ ରଖି ପ୍ରାୟ ୨କୋଟି ନଗଦ ଟଙ୍କା ଏବଂ ସୁନାଗହଣା ଲୁଟି ନେଇଥିଲେ । ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ଅନୁସାରେ ଏହି ଘଟଣା ପ୍ରଶାନ୍ତ ବିହାରର ଏଫ ବ୍ଲକର ଅଟେ । ଯେଉଁଠାରେ ଶିବୁ ସିଂହ ନିଜ ସ୍ତ୍ରୀ ନିର୍ମଳାଙ୍କ ସହ ଘରେ ରହୁଥିଲେ । ଶୁକ୍ରବାର ଅପରାହ୍ନରେ ଯେତେବେଳେ ବୃଦ୍ଧ ଦମ୍ପତ୍ତି ନିଜ ଘରେ ଉପସ୍ଥିତ ଥିଲେ ସେତେବେଳେ ୨ଲୋକ ନିଜକୁ କୋରିୟର ବୟ କହି ଘର ଭିତରକୁ ପଶି ଯାଇଥିଲେ । ସେଠାରେ ସେ ପଶିବା ପରେ ସେମାନେ ଶିବୁ ଏବଂ ତାଙ୍କ ସ୍ତ୍ରୀ ନିର୍ମଳାଙ୍କ ବନ୍ଧୁକ ମୁନରେ ବନ୍ଧକ ରଖିଥିଲେ । ଅଧିକାରୀ କହିଛନ୍ତି କି ଯେତେବେଳେ ରିଟାୟର୍ଡ଼ ବୈଜ୍ଞାନିକ ଏହାର ବିରୋଧ କରିଥିଲେ ତ ଦୁର୍ବୃତ୍ତମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେ ପୋଲିସଙ୍କୁ କହିଥିଲେ କି ଦୁର୍ବୃତ୍ତ ତାଙ୍କ ଘରୁ ୨କୋଟି ଟଙ୍କାର ନଗଦ ରାଶି ଏବଂ ସୁନାଗହଣା ନେଇ ଫେରାର ହୋଇଯାଇଥିଲେ ।
ପରେ ଏ ବିଷୟରେ ରିଟାୟର୍ଡ଼ ବୈଜ୍ଞାନିକ ନିଜ ପୁଅକୁ କହିଥିଲେ, ଯିଏ ଦିଲ୍ଲୀରେ ହିଁ ଅଲଗା ରହୁଥିଲେ । ଏହାପରେ ତାଙ୍କ ପୁଅ ଏହି ଘଟଣାର ସୂଚନା ପୋଲିସକୁ ଦେଇଥିଲେ । ଖବରପାଇ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତଥ୍ୟ ଯୋଗାଡ଼ କରିଥିଲା । ଉଭୟ ପୀଡ଼ିତଙ୍କୁ ମେଡ଼ିକାଲ ଯାଞ୍ଚ ଲାଗି ହସ୍ପିଟାଲ ନିଆଯାଇଛି ଏବଂ ଆଗକୁ ଯାଞ୍ଚ ଆରମ୍ଭ ହୋଇଯାଇଛି ।