ନୂଆଦିଲ୍ଲୀ : ଡେଲ୍ହିଭେରି ବଡ଼ ଘୋଷଣା କରିଛି। କମ୍ପାନୀ ଶନିବାର ଦେଇଥିବା ସୂଚନାରେ କହିଛି ଯେ, ସେ ନିଜର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ଇକମ୍‌ ଏକ୍ସପ୍ରେସ୍‌ ଲିମିଟେଡ୍‌ ର ଅଧିଗ୍ରହଣ କରିବ। ଏହାର କମ୍ପାନୀ ୧୪୦୭କୋଟି ଟଙ୍କା ଯାଏ ପଇସା ଖର୍ଚ୍ଚ କରିବ। ଡେଲ୍ହିଭେରୀ ଏକ୍ସଚେଞ୍ଜକୁ ଦେଇଥିବା ସୂଚନାରେ କହିଛି ଯେ, ବୋର୍ଡ ଟାର୍ଗେଟ୍‌ କମ୍ପାନୀ (ଇକମ୍‌ ଏକ୍ସପ୍ରେସ୍‌ ଓ ଏହାର ସେୟାରହୋଲ୍ଡର୍ସ)ଙ୍କ ସହ ସେୟାର ପରଚେଜ୍‌ ଏଗ୍ରିମେଣ୍ଟର ଆକ୍ସନର ମଞ୍ଜୁରୀ ଦେଇ ସାରିଛି। କମ୍ପାନୀ କହିଛି ଯେ , ଏହି ଅଧିଗ୍ରହଣ ପରେ ଇକମ୍‌ ଏକ୍ସପ୍ରେସ୍‌ ଏକ ସବ୍ସିଡିଆରୀ ଭାବେ କାମ କରିବ। 

ଡେଲହିଭେରୀର ଏମଡି ଓ ସିଇଓ ସାହିଲ ବରୁଆଙ୍କ ଅନୁସାରେ , ଏହି ଅଧିଗ୍ରହଣରେ ଆମର ଇନଫ୍ରାଷ୍ଟ୍ରକଚର ଟେକ୍ନୋଲଜି ଓ ନେଟୱର୍କ ଭଲ ହେବ। ଯେଉଁଥିରେ ଉଭୟ କମ୍ପାନୀର ଗ୍ରାହକଙ୍କୁ ଭଲ ସର୍ଭିସ ପ୍ରଦାନ କରିବାରେ ସାହାଯ୍ୟ ମିଳିବ। ଇକମ୍‌ ଏକ୍ସପ୍ରେସ୍‌ର ଫାଉଣ୍ଡର୍ସ ଓ ମ୍ୟାନେଜମେଣ୍ଟ ଏକ ଭଲ ଟିମ୍‌ ଓ ନେଟୱର୍କ କରିଛି। ଯାହା ଡେଲହିଭେରୀର ସଞ୍ଚାଳନରେ ସାହାଯ୍ୟ କରିବ। 

ଚଳିତ ବର୍ଷ ଫେବ୍ରୁଆରୀରେ ମିଣ୍ଟର ରିପୋର୍ଟ ସାମ୍ନାକୁ ଆସିଥିଲା କି ,ଇକମ୍‌ ଏକ୍ସପ୍ରେସ୍‌ ୫୦୦ କର୍ମଚାରୀଙ୍କୁ ବାହାର କରି ଦେଇଛି। ଏହାସହ ନିଜର ଆଇପିଓର ପ୍ଲାନକୁ ମଧ୍ୟ ରୋକି ଦେଇଛି। ଆର୍ଥିକ ବର୍ଷ ୨୦୨୪ରେ କମ୍ପାନୀର  ଖର୍ଚ୍ଚ ବୃଦ୍ଧି ପାଇ ୨୯୨୧ .୫୦ କୋଟି ଟଙ୍କାରେ ପହଞ୍ଚି ଥିଲା। ଏହି ସମୟରେ କମ୍ପାନୀର ରେଭନ୍ୟୁ ୨୬୦୯.୨୦ କୋଟି ଟଙ୍କା ରହିଥିଲା। ଯାହାକି ବାର୍ଷିକ ଆଧାରରେ ୨.୨ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି। 

ଇକମ୍‌ ଏକ୍ସପ୍ରେସ୍‌ର ୱେବସାଇଟ୍‌ରେ ଦିଆଯାଇ ଥିବା ସୂଚନା ଆଧାରରେ , କମ୍ପାନୀ ନିକଟରେ ୧୫,୬୦୦ କର୍ମଚାରୀ ଅଛନ୍ତି। ସେପଟେ ୨୭୦୦୦ପିନ୍‌ କୋଡ୍‌ରେ ନିଜର ସର୍ଭିସ୍‌ ଦେଉଛି। ସେଠାରେ ଡେଲହିଭେରୀର କଥା ଯଦି କହିବା ତ ଶୁକ୍ରବାର କମ୍ପାନୀର ସେୟାର ବଜାର ବନ୍ଦ ହେବାର ସମୟରେ ୨୫୮.୨୫ ଟଙ୍କାର ସ୍ତରରେ ଥିଲା। ଗତ ଏକ ବର୍ଷରେ କମ୍ପାନୀର ସେୟାର ମୂଲ୍ୟ ୪୩ ପ୍ରତିଶତ ହ୍ରାସ ପାଇଛି।