ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କଲିଂ ବେଲ୍ ମାରିଲା, ଓଟିପି ମାଗିଲା, ଘରେ ପଶି ଦୁଷ୍କର୍ମ କଲା; ସେଲ୍ଫି ନେଇ ଲେଖିଲା 'ମୁଁ ପୁଣି ଆସିବି'

Published By : Anindita Ratha | July 4, 2025 9:30 AM

ନୂଆଦିଲ୍ଲୀ,୦୪/୦୭: ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏଭଳି ଖବର ସାମ୍ନାକୁ ଆସିଛି ମହାରାଷ୍ଟ୍ରର ପୁଣେରୁ । ଘରକୁ କୋରିୟର ନେଇ ଆସିଥିବା ଡେଲିଭରୀ ବଏ ହିଁ ଅଭିଯୁକ୍ତ ବୋଲି ବୟାନ ଦେଇଛନ୍ତି ପୀଡ଼ିତା । 

ପୋଲିସର ସୂଚନା ମୁତାବକ, ଅଭିଯୁକ୍ତ ଡେଲିଭରୀ ବଏ ପ୍ରଥମେ ଘରର କଲିଂ ବେଲ୍ ଦେଇଥିଲା । ଯୁବତୀ ଆସି ଦେଖିବା ପରେ ସେ ଓଟିପି ଦେବାକୁ କହିଥିଲା । ଯୁବତୀ ଜଣକ ଘର ଭିତରକୁ ଆସି ନିଜ ମୋବାଇଲରେ ଓଟିପି ଦେଖିବା ଭିତରେ ହିଁ ଅଭିଯୁକ୍ତ ଘର ଭିତରକୁ ପଶି ଆସିଥିଲା । ଆଉ ଦୁଷ୍କର୍ମ କରିବା ପରେ ସେଠାରୁ ଫେରାର ମାରିଥିଲା । ପୀଡିତାଙ୍କ କହିବା ଅନୁସାରେ , ଅଭିଯୁକ୍ତ ଜଣକ ପେପର୍ ସ୍ପ୍ରେ ମଧ୍ୟ ବ୍ୟବହାର କରିଥିଲା । ଫଳରେ ଯୁବତୀ ଜଣକ ଚେତାଶୂନ୍ୟ ହୋଇପଡ଼ିବାରୁ ଏହାର ଫାଇଦା ଉଠାଇଥିଲା ଅଭିଯୁକ୍ତ । ସେହିପରି ଗଣମାଧ୍ୟମ ରିପୋର୍ଟ ମୁତାବକ, ଯୁବତୀଙ୍କ ଫୋନରେ ଅଭିଯୁକ୍ତ ନିଜ ସେଲ୍ଫି ନେଇ 'ମୁଁ ପୁଣି ଆସିବି' ଲେଖିଛି । ପୀଡ଼ିତା ଯଦି ଏ ସଂକ୍ରାନ୍ତରେ କାହାକୁ କୁହନ୍ତି ତ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ବି ଦେଇଥିଲେ। 

ଡେପୁଟି ପୋଲିସ କମିଶନର ରାଜକୁମାର ସିନ୍ଦେ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁସାରେ ମାମଲା ରୁଜୁ ହୋଇଛି ।  ଗତ ବୁଧବାର ସନ୍ଧ୍ୟା ସମୟରେ ଜଣେ ଡେଲିଭରୀ ବଏ ୨୨ ବର୍ଷୀୟ ଯୁବତୀଙ୍କ ଫ୍ଲାଟରେ ପହଞ୍ଚିଥିଲା । ଏକ ବ୍ୟାଙ୍କ୍‌ ଏନଭେଲପ୍ ଦେବା ପାଇଁ ଓଟିପି ମାଗିଥିଲା । ଯେତେବେଳେ ଫୋନ୍‌ ଆଣିବାକୁ ଯୁବତୀ ଘର ଭିତରକୁ ଯାଇଥିଲେ, ସେହି ସମୟରେ ଘର ଭିତରକୁ ପଶି ଆସି ଭିତର ପଟୁ କବାଟ ବନ୍ଦ କରିଥିଲା ଅଭିଯୁକ୍ତ । ପରେ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ସେପରି କିଛି ସ୍ପ୍ରେ ବ୍ୟବହାର କରିଥିଲା ନା ନାହିଁ ସେନେଇ ଫରେନ୍ସିକ୍ ଟିମ୍ ଯାଞ୍ଚ କରୁଛନ୍ତି । ଯୁବତୀଙ୍କ ଫୋନ୍‌ରୁ ଏକ ସେଲଫି ମିଳିଛି । ଯାହାକୁ ନେଇ ଆମେ ତଦନ୍ତ ଜାରି ରଖିଛୁ । ଏଥିସହ ଅପରାଧୀକୁ  ଗିରଫ କରିବା ପାଇଁ କୋନ୍ଧୱା ପୁଲିସ ଏବଂ ସହର ଅପରାଧ ଶାଖାର ୧୦ଟି ଦଳ ନିୟୋଜିତ ହୋଇଛନ୍ତି। ବିଶେଷଜ୍ଞମାନେ ଅପରାଧ ସ୍ଥଳ ପରିଦର୍ଶନ କରି ଫରେନସିକ୍ ପ୍ରମାଣ ସଂଗ୍ରହ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.