ନୂଆଦିଲ୍ଲୀ, ୧୭/୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏବେ ସାରା ବିଶ୍ୱରେ ଗ୍ୟାସ ସଙ୍କଟ ବଢ଼ିଛି । ଏଲ୍ପିଜି ଯୋଗାଣ ସମସ୍ୟା ଯୋଗୁ ଏବେ ଭାରତୀୟ ପରିବାରଗୁଡ଼ିକ ମଧ୍ୟରେ ରେଡି ଟୁ କୁକ୍ ମିଲ୍ସ ଏବଂ ଫ୍ରୋଜେନ୍ ସ୍ନାକ୍ସ ଉପରେ ନିର୍ଭରତା ବଢ଼ିଛି । ପାରମ୍ପରିକ ଖାଦ୍ୟ ବିକଳ୍ପ ଭାବେ ଏବେ ଲୋକେ ଏହାକୁ ଦେଖୁଥିବାରୁ ବିକ୍ରି ବଢ଼ିଛି । ଏସବୁ ଉତ୍ପାଦ ବିକ୍ରି ୨୦% ବଢ଼ିଥିବା ରିଟେଲରମାନେ କହିଛନ୍ତି । ରେଡି ମିଲ୍ସ, ଫ୍ରୋଜେନ ସ୍ନାକ୍ସ, ଇନଷ୍ଟାଣ୍ଟ ନୁଡଲ୍ସ, ରେଡି ଟୁ କୁକ୍ ଉତ୍ପାଦ ବିକ୍ରି ବେଶ ଆଖିଦୃଶିଆ ହୋଇଛି । ହଠାତ ଏସବୁ ସାମଗ୍ରୀର ଚାହିଦା ହଠାତ ବଢ଼ିଛି ।
ଲୋକେ ଏହାକୁ ଅଧିକ ଖୋଜିବା ଯୋଗୁ ସାମଗ୍ରୀ ଏବେ ଉପଲବ୍ଧ ରଖିବା ଜରୁରୀ ହୋଇପଡିଛି ବୋଲି ପ୍ରିମିୟମ ଗ୍ରୋସେରି ରିଟେଲର ଲେ ମାର୍ଚ୍ଚେର ପ୍ରବକ୍ତା କରନ୍ ଆହୁଜା କହିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ରେଷ୍ଟୁରାଣ୍ଟ, ଫ୍ୟାକ୍ଟ୍ରି ଏବଂ କର୍ପୋରେଟ ଗୁଡ଼ିକୁ ଗ୍ୟାସ ଯୋଗାଣ ବଡ଼ ମାତ୍ରାରେ ପ୍ରଭାବିତ ହୋଇଛି । ଲୋକେ ମଧ୍ୟ ଗ୍ୟାସ ପାଇବାକୁ ସମସ୍ୟା ହେଉଥିବା ଅଭିଯୋଗ ଆସୁଛି । ଥାଇ କରି ରେଡି ଟୁ ପେଷ୍ଟ ଚାହିଦା ବଢ଼ିଥିବା କହିଛନ୍ତି ରେଡି ଟୁ ପ୍ୟାକେଜଡ ଫୁଡ ବ୍ରାଣ୍ଡ୍ ମୋଇ ସୋଇର ପ୍ରତିଷ୍ଠାତା ଦେବ ବାନାର୍ଜୀ ।
ମଦର ଡେରୀ ଏହାର ଫ୍ରୋଜନ ପରିବା ବିକ୍ରିକୁ ଉତ୍ସାହିତ କରୁଛି । ସ୍ୱିଗି ଇନ୍ଷ୍ଟାମାର୍ଟ ମଧ୍ୟ ଇଣ୍ଡକ୍ସନ ଫ୍ରେଣ୍ଡଲି କୁକ୍ୱେର ବିଜ୍ଞାପନକୁ ଉତ୍ସାହିତ କରୁଛି । ରେଡି ଟୁ ଇଟ୍ ବିରିୟାନି କିଟ୍ ଏବଂ ରାଇସ୍ ମିକ୍ସ ଭଳି ଉତ୍ପାଦ ଗ୍ରାହକ ଏବେ ଅଧିକ କିଣୁଥିବା ଏଲ୍ଟି ଫୁଡ୍ ପ୍ରବକ୍ତା କହିଛନ୍ତି । ସେହିଭଳି ପ୍ରୋଟିନ ଓଟ୍ସ ଏବଂ ମିଲେଟ୍ ମ୍ୟୁସିଲକୁ ୱାର୍କିଂ ପ୍ରଫେଶନାଲମାନେ ପସନ୍ଦ କରୁଥିବା ହେଲ୍ଥ ଆଣ୍ଡ୍ ନ୍ୟୁଟ୍ରିଶନ ବ୍ରାଣ୍ଡ ଡକ୍ଟର ଚଏସର ଚିଫ୍ ମାର୍କେଟିଂ ଅଫିସର ଅଙ୍କିତ ଝା କହିଛନ୍ତି ।
ଆହୁରି ପଢ଼ନ୍ତୁ...ହର୍ମୁଜ୍ ପାର୍ କରି ଭାରତ ପହଞ୍ଚୁଛି ଶିବାଲିକ୍, ଆଣୁଛି ୪୫,୦୦୦ ମେଟ୍ରିକ୍ ଟନ୍ LPG