ସଇଁତଳା (ଆପ୍ର ),୨୫।୬ ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲଦାର ଅଧିନସ୍ଥ ଛନଛଡା ଗ୍ରାମର ସରକାରୀ ଜମିକୁ ଗ୍ରାମର କିଛି ବ୍ୟକ୍ତି ଜବରଦଖଲ କରିଥିବା ପ୍ରତିବାଦ ରେ ଛନଛଡା ଗ୍ରାମବାସୀ ପକ୍ଷରୁ ତହସିଲଦାର ଆଶିଷ ଏକ୍କା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଛନଛଡା ମୌଜାରେ ୬୧ ଏକର ୬୦ ଡ଼ିସିମିଲ ସରକାରୀ ଜଙ୍ଗଲ ଜମି ରହିଥିବା ବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ମାନେ ସରକାରୀ ଜମିରେ ଥିବା ମୂଲ୍ୟବାନ ଗଛ ଗୁଡିକ କୁ କାଟି ଦେଇ ଜବରଦଖଲ କରି ଚାଷ ବାସ କରୁଥିବାରୁ ଗ୍ରାମର ଗାଇ, ଗୋରୁ ଚରେ ଇବାରେ ବାଧା ସୃଷ୍ଟି ହେଉଛି । ଏଣୁ ଉକ୍ତ ଜବରଦଖଲ ଜମିକୁ ଉଛେଦ କରି ବନିକରଣ କରି ବିଭିନ୍ନ ଗଛ ଲଗାଇଲେ ପରିବେଶ ସନ୍ତୁଳନ ହେବା ଶହ ଜୀବଜନ୍ତୁ ରକ୍ଷା ପାଇବେ ବୋଲି ଦାବିପତ୍ର ରେ ଉଲ୍ଲେଖ ରହିଛି। ଏହି ସମୟରେ ଗ୍ରାମର ରୁଟୁ ମହାକୁର,ଦଶରଥ ମହାକୁର,ବେଣୁଧର ରଣା,ଫଗୁନୁ ବାଗ,ଧନଞ୍ଜୟ ବାଗ, ରାମଚନ୍ଦ୍ର ବାଗ, ନରହରି ବୁଡ଼େକ ବାସୁଦେବ ବୁଡ଼େକ ସମେତ ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥିଲେ।