ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବାରବଖରା ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବାକୁ ବିଆରସିସିଙ୍କୁ ଦାବୀପତ୍ର

Published By : Suraj Kumar | July 2, 2025 4:01 PM

କୋକସରା,୨/୭ : କୋକସରା ବ୍ଲକ୍  ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରବଖରା ପ୍ରାଥମିକ ବିଦ୍ୟାଳୟକୁ ୨୦ ରୁ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ୨୦୨୧ ମସିହାରେ ସ୍କୁଲ ବନ୍ଦ କରାଯାଇଛି। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଧରୁଆପଡ଼ା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ବାରବଖରା ଠାରୁ ଧରୁଆପଡ଼ା ପ୍ରାଥମିକ ବିଦ୍ୟାଳୟର ଦୂରତା ୨ କିମି ରୁ ଅଧିକ ଥିବାରୁ ଛାତ୍ରଛାତ୍ରୀମାନେ ଯିବା ଆସିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲିଆ ଓ ନିଛାଟିଆ ରାସ୍ତାରେ ଅଭିଭାବକମାନେ ପିଲାଙ୍କୁ ଛାଡିବାକୁ ସୁରକ୍ଷିତ ମଣୁ ନାହାଁନ୍ତି। ବନ୍ୟଜନ୍ତୁ, ବୁଲା କୁକୁରଙ୍କ ଆକ୍ରମଣର ଭୟ ମଧ୍ୟ ରହିଛି। 

ଏହାକୁ ନେଇ ବୁଧବାର ବାରବଖରା ଗ୍ରାମର ବୈକୁଣ୍ଠ ମେହରା, ଗଗନ ମେହେରା,ରୋହିତ ମେହେରା, ନୃପ କେଶରୀ ଧରୁଆ,ଉଗ୍ରେସନ ଧରୁଆ,ରମେଶ ମେହେର ପ୍ରମୁଖ ଗ୍ରାମବାସୀ ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗର ବିଆରସିସି ତୋଫାନ ମାଝୀଙ୍କୁ ସାକ୍ଷାତ କରି ସ୍କୁଲ ପୁଣି ଖୋଲିବାକୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।। ଏନେଇ ବିଆରସିସିଙ୍କ ପ୍ରତିକ୍ରିୟା ନେବାରୁ ସିଆରସିସିଙ୍କୁ ପଠାଇ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲା ଶିକ୍ଷା ବିଭାଗକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.