ଭୁବନେଶ୍ଵର, ୦୨/୦୫ : ଭୁବନେଶ୍ବର ସାଲିଆସାହିରେ ବୁଲିଲା ବୁଲଡୋଜର। ଚାଲିଛି ୮୧ଟି ଘରର ଉଚ୍ଛେଦ । ପୂର୍ବ ନୋଟିସ ଅନୁଯାୟୀ ୮୧ ଘର ଉଚ୍ଛେଦ ହେଉଛି। ୧୫ ନମ୍ବର ୱାର୍ଡର ଏକାମ୍ର ଭିଲା ବେହେରା ବସ୍ତିର ୮୧ ଘର ଉଚ୍ଛେଦ ହେଉଛି। ଉଛେଦ ସ୍ଥାନରେ ବିଡ଼ିଏ ଜଏଣ୍ଟ କମିଶନର, ଡେପୁଟି କମିସନର ହାଉସିଙ୍ଗ ବୋର୍ଡର ଅଜୟ କୁମାର ମହାନ୍ତି ଉପସ୍ଥିତ ଅଛନ୍ତି। ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତା ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତା ପାଇଁ ଉଚ୍ଛେଦ ହେଉଛି। ଉଚ୍ଛେଦ ଭିତରେ ଘର, ଗୁହାଳ ଓ ନବ ନିର୍ମିତ ମନ୍ଦିର ରହିଛି। ପୁର୍ବରୁ ୭୦ ଘରଙ୍କୁ ବୁଧବିହାରରେ ଘର ଦିଆସରିଛି।

ଆହୁରି ପଢନ୍ତୁ-ଭଉଣୀର ଶବ ଖୋଳି ନେବା ଘଟଣା, RDCଙ୍କ ତଦନ୍ତକୁ ଖୋଲାଖୋଲି ନିନ୍ଦା

fracture ଉଚ୍ଛେଦକୁ ନେଇ ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁ ସ୍ଥାନରେ ଉଚ୍ଛେଦ ହେଉଛି ପ୍ରଥମେ ତାଙ୍କୁ ଥଇଥାନ କରାଯାଉଛି । ବିଏମସି ଲଟେରୀ ବ୍ୟବସ୍ଥା କରିଛି ପରେ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଏହା ପରେ ବି ଘର ସିଫ୍ଟ ବାବଦରେ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ପ୍ରଥମେ ଥଇଥାନ ହୋଇଛି ପରେ ଉଚ୍ଛେଦ ହୋଇଛି । ଲୋକଙ୍କର ଏ ବାବଦରେ ଆଉ ଅଭିଯୋଗ ରହିବନି । ପୂର୍ବରୁ ଲୋକଙ୍କୁ ଥଇଥାନ ନ କରି ଉଚ୍ଛେଦ କରାଯାଉଥିଲା । ସରକାର ଲୋକଙ୍କ କଥା ଚିନ୍ତା କରି ସେମାନଙ୍କୁ ଥଇଥାନ କରି , ରାସ୍ତା ପ୍ରଶସ୍ତୀକରଣ ପାଇଁ ଏହି ଉଚ୍ଛେଦ କରାଯାଉଛି। 
​​​​​​​​​​​​​​
ପ୍ରକାଶ ଥାଉକି,  ୨୦୨୫ ନଭେମ୍ବର ୨୦ରେ ମଧ୍ୟ ଉଚ୍ଛେଦ ହୋଇଥିଲା। ଉଚ୍ଛେଦ ପରେ ବଲ ପଡିଆରେ ଜୋର ଜବରଦସ୍ତ ଜାଗା ଅକ୍ତିଆର କରିଥିବା ବସ୍ତିବାସିନ୍ଦାଙ୍କୁ ହଟାଇଥିଲା ପ୍ରଶାସନ । ଉଚ୍ଛେଦ ପାଇଁ ୫୫୪ ଘର ଚିହ୍ନଟ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି କହିଥିଲେ ବିଏମସି କମିଶନର ।

​​​​​​​