ପ୍ରମୂଖ ଖବର
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଖୋର୍ଦ୍ଧା ଜିଲ୍ଲାରେ ମାଡ଼ି ଚାଲିଛି ଡେଙ୍ଗୁ, ମୋଟ ୪୪୦ ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱରରେ ୨୫୦ ଆକ୍ରାନ୍ତ

Published By : Manoj | August 25, 2025 12:04 PM

ଭୁବନେଶ୍ୱର,୨୫/୦୮: ଘରେ ଘରେ ଡେଙ୍ଗୁ ରୋଗୀ । ଦେହରେ ତାତି, ଗଣ୍ଠିବିନ୍ଧା ସହ ମୁଣ୍ଡଦରଜ ଲାଗୁଥିଲେ  ଏହାକୁ ସାଧାରଣ ଜ୍ୱର ନ ଭାବି ତୁରନ୍ତ  ଡାକ୍ତରଖାନାରେ ପରୀକ୍ଷା କରିବାକୁ  ଡାକ୍ତର ପରାମର୍ଶ ଦେଇଛନ୍ତି । ସ୍ଥିତି  ଏମିତି ଯେ, ଗୋଟିଏ ଗୋଟିଏ ଘରେ  ଏକାଧିକ ବ୍ୟକ୍ତି ଜ୍ୱରରେ ଆକ୍ରାନ୍ତ  ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ  ଡେଙ୍ଗୁ ଚିହ୍ନଟ ହେଉଛନ୍ତି । ତେଣୁ ସତର୍କ  ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ  ପରାମର୍ଶ ଦେଇଛି ।  

ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ  ମାଡି ଚାଲିଛି । ରବିବାର ସୁଦ୍ଧା ଖୋର୍ଦ୍ଧା  ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୪୦ରେ ପହଞ୍ଚିଛି । ସେଥିମଧ୍ୟରେ  ଭୁବନେଶ୍ୱରରେ ୨୫୦, ଅନ୍ୟ ଜିଲ୍ଲାରୁ  ଆସି ଚିହ୍ନଟ ହୋଇଥିବା ୨୭ ରୋଗୀ  ରହିଥିବା ବେଳେ ଖୋର୍ଦ୍ଧା ସହର ଓ  ଏହାର ସଂଲଗ୍ନ ବିଭିନ୍ନ ବ୍ଲକ ଓ ଅଞ୍ଚଳରେ  ରୋଗୀ ସଂଖ୍ୟା ୧୦୧ରେ ପହଞ୍ଚିଛି ।  ସେହିପରି ଅଜଣା ମାମଲା ୬୨ ରହିଛି।  ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ  ସର୍ବାଧିକ ୨୧, ବାଳକାଟି ୧୪, ବାଲୁଗାଁ  ଓ ବାଣପୁରରେ ୫ ଲେଖାଁ, ବାଙ୍କୋଇ ୩,  ବୋତଲମା ୭, ହଳଦିଆ ୧୪, ଜଟଣୀ  ୮, ଖୋର୍ଦ୍ଧା ସହରରେ ୧, ମେଣ୍ଢାଶାଳ  ୧୯ ଓ ଟାଙ୍ଗୀରେ ୪ ଜଣ ରୋଗୀ ଚିହ୍ନଟ  ହୋଇଛନ୍ତି । ଭୁବନେଶ୍ୱର ସହରାଞ୍ଚଳର ଶିଖରଚଣ୍ଡି ନଗର ଓ ପ୍ରଶାନ୍ତି ବିହାରରେ ସର୍ବାଧିକ ୧୭ ଲେଖାଏଁ ରୋଗୀ ରହିଛନ୍ତି ।  

ସେହିପରି ପଟିଆ ଓ ସାଲିଆସାହିରେ  ୧୪ଜଣ ଲେଖାଏଁ ଓ ନୂଆପଲ୍ଲୀରେ  ୧୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।  ଏତଦ୍‌ବାଦ୍‌ ସହିଦନଗରରେ ୧୦,  ଶୈଳଶ୍ରୀବିହାରରେ ୮ ରୋଗୀ ରହିଛନ୍ତି ।  ସହରର ୮୬ଟି ସ୍ଥାନରେ ଡେଙ୍ଗୁ ରୋଗୀ  ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ହସ୍ତଗତ ତଥ୍ୟରୁ ଜଣାପଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.