ଜଳେଶ୍ବର,୧୨/୫ : ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚାଲିଗଲା ମା’ର ଜୀବନ। ଦୁଇ ଶିଶୁ ପୁଅ ଠାରୁ ମା’କୁ ଛଡ଼ାଇ ନେଲା । ଏବେ ମା’କୁ ଝୁରି ଝୁରି କାନ୍ଦୁଛନ୍ତି ୨ ଶିଶୁ। ଏଭଳି ହୃଦୟବିଦାରକ ଘଟଣା ଜଳେଶ୍ବରରେ ଦେଖିବାକୁ ମିଳୁଛି।
ଆଜକୁ ୪ବର୍ଷ ତଳେ ବରିଷ୍ଠ ସାମ୍ବାଦିକ ଅବଦୁଲ ରହିମଙ୍କ ତୃତୀୟ କନ୍ୟା ରୋଜିନା ବିବି(୨୨)କୁ ପଶ୍ଚିମବଙ୍ଗ ର କାଁଥି ସ୍ଥିତ ଭବାନୀ ଚକରେ ସମିମ ସାହାଙ୍କୁ ବିବାହ ଦେଇଥିଲେ ।ରୋଜିନା ବିବିର ପ୍ରଥମ ପୁଅ ଅଢ଼େଇ ବର୍ଷ ଓ ସାନ ପୁଅ ମାତ୍ର ଦେଢ଼ ବର୍ଷ ହୋଇଥିଲା । ପାଞ୍ଚ ଛ ଦିନ ଧରି ଜ୍ଵର ଲାଗିରହିଥିବା ବେଳେ ଚିକିତ୍ସା ପାଇଁ ବାପା ଅବଦୁଲ ରହିମଙ୍କ ଘରକୁ ଆସିଥିଲେ। ଟେଷ୍ଟ ରୁ ଜଣା ପଢ଼ିଥିଲା ରୋଜିନା ଡେଙ୍ଗୁରେ ଆକ୍ରାନ୍ତି। ତାପରେ ବାପା ଅବଦୁଲ ରହିମ ପ୍ରଥମେ ବାଲେଶ୍ବର ଓ ପରେ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ରୋଜିନା ।
ରୋଜିନାଙ୍କ ମୃତଶରୀର ଶେଷ ଦର୍ଶନ ପାଇଁ ନଗରପାଳ ପ୍ରତିପ ପ୍ରଧାନ, ସ୍ଥାନୀୟ କାଉନସିଲର ସେଖ ସୈଫୁଦିନ ,ବିଜୟ କାମିଳା, ସଂଜୀବ ପାଳ, ଅବଦୁଲ ହାକିମ, କାର୍ଯ୍ୟରତ ସାମ୍ବାଦିକ,ସ୍ଥାନୀୟ ଲୋକମାନେ ଶେଷ ଦର୍ଶନ କରିଥିଲେ । ପରେ ମୁସଲିମ ରୀତିନୀତି ଅନୁସାରେ ମୃତ୍ୟୁ ଶରୀରକୁ ଝାଢ଼େଶ୍ୱର ପୁର ସ୍ଥିତ ନିଜ ଗାଁରେ କବର ଦିଆଯାଇଥିଲା ।