କୋଣାର୍କ, ୨୪।୧୧ : କୁହୁଡ଼ି ବଳୟରେ ସୂର୍ଯ୍ୟମନ୍ଦିର। ସୋମବାର ପ୍ରତ୍ୟୁଷରୁ ଘନ କୁହୁଡ଼ି କୋଣାର୍କକୁ ଆଚ୍ଛାଦିତ କରି ରଖିଥିଲା। ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର କୁହୁଡ଼ି ବଳୟରେ ଅଦୃଶ୍ୟ ପ୍ରତୀୟମାନ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଥିଲେ। ରାସ୍ତା ଘାଟ ଏକପ୍ରକାର ଶୂନଶାନ ହୋଇପଡିଥିଲା। ଯାନବାହାନ ଚଳାଚଳରେ ବାଧା ଉପୁଜିଥିଲା।