ନୂଆଦିଲ୍ଲୀ, ୧୬/୦୨ : ବ୍ୟାଙ୍କ ଅଫ୍ ବରୋଦାର ଜବରଦସ୍ତ ଅଫର୍। ଏଫଡି ସ୍କିମ୍ ରେ ଗ୍ରାହକଙ୍କୁ ମିଳୁଛି ୩.୫୦ ପ୍ରତିଶତରୁ ୭.୦୫ ପ୍ରତିଶତ ସୁଧ। ଏହି ସରକାରୀ ବ୍ୟାଙ୍କରେ ୭ ଦିନରୁ ନେଇ ୧୦ ବର୍ଷ ଯାଏଁ ଏଫଡି ଖାତା ଖୋଲି ପାରିବେ। ଯେତେ ବୁଢା ହେବେ ସେତେ ଅଧିକ ସୁଧ। ତେବେ ଜାଣନ୍ତୁ କେତେ ଦିନ ପାଇଁ ଏଫଡି ସ୍କିମ୍ କଲେ କେତେ ସୁଧ ମିଳିବ...
୫ ବର୍ଷିୟା ଏଫଡି ସ୍କିମରେ କେତେ ପ୍ରତିଶତ ସୁଧ ?
ବ୍ୟାଙ୍କ ଅଫ ବରୋଦା ୪୪୪ ଦିନିଆ ସ୍ପେଶାଲ୍ ଏଫଡି ସ୍କିମ୍ ଆଣିଛି। ଏହି ସ୍କିମ୍ ରେ ଗ୍ରାହକଙ୍କୁ ସବୁଠୁ ଅଧିକ ସୁଧ ମିଳିବ। ୪୪୪ ଦିନିଆ ସ୍କିମ୍ ରେ ବ୍ୟାଙ୍କ ଜଣେ ସାଧାରଣ ନାଗରିକଙ୍କୁ ୬.୪୫ ପ୍ରତିଶତ ସୁଧ ଦେବ। ସେହିପରି ଜଣେ ବରିଷ୍ଠ ନାଗରିକ(୬୦ ବର୍ଷରୁ ଉର୍ଦ୍ଧ୍ଵ)ଙ୍କୁ ୬.୯୫ ପ୍ରତିଶତ ସୁଧ ମିଳିବ। ୮୦ ବର୍ଷରୁ ଅଧିକ ହୋଇଥିଲେ ସୁଧ ଆହୁରି ବଢିଯିବ। ବ୍ୟାଙ୍କ ୭.୦୫ ପ୍ରତିଶତ ସୁଧ ଦେବ। ଏତଦ୍ ବ୍ୟତୀତ ବ୍ୟାଙ୍କ ଅଫ ବରୋଦା ୫ ବର୍ଷର ଅବଧି ଥିବା ଏଫଡି ସ୍କିମରେ ଜଣେ ସାଧାରଣ ନାଗରିକଙ୍କୁ ୬.୩୦ ପ୍ରତିଶତ ସୁଧ ଦେବ। ସେହିପରି ବରିଷ୍ଠ ନାଗରିକଙ୍କୁ ୬.୯୦ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ୭.୦୦ ପ୍ରତିଶତ ସୁଧ ମିଳିବ।
ଲକ୍ଷେ ଜମା କଲେ କେତେ ମିଳିବ ?
ଯଦି ଆପଣ ଜଣେ ସାଧାରଣ ନାଗରିକ ତାହେଲେ ବ୍ୟାଙ୍କ ଅଫ ବରୋଦା ଏଫଡି ସ୍କିମରେ ଲକ୍ଷେ ଟଙ୍କା ଜମା କଲେ ୧,୩୬,୬୯୦ ଟଙ୍କା ଦେବ। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ୧,୪୦,୭୮୪ ଟଙ୍କା ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ୧,୪୧,୪୭୮ ଟଙ୍କା ସୁଧ ଦେବ।
ଏହି ଖବରଟିକୁ ପଢନ୍ତୁ- ଦୁବାଇ, କୁଏତ୍ ସାଉଦି ଆରବରେ ଚାକିରି ଖୋଜୁଛନ୍ତି କି? ଜାଣିରଖନ୍ତୁ ଆପଣଙ୍କ ପାଖରେ ଏହି ୫ ଦକ୍ଷତା ଅଛି କି ନାହିଁ...