ଷ୍ଟ୍ରୋକ୍‌ ଏକ ଗମ୍ଭୀର ସମସ୍ୟା, ଯାହାର ଶିକାର କେହି ହୋଇପାରନ୍ତି । ଫଳରେ ବ୍ୟକ୍ତି ବିଭିନ୍ନ ସମସ୍ୟାର ଶିକାର ହେବାର ଆଶଙ୍କା ବଢିଥାଏ ।ଏହାକୁ ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌ କୁହାଯାଏ । ଏହାକୁ ସଠିକ୍‌ ସମୟରେ ନିରୂପଣ କରି ଚିକିତ୍ସା କରିବା ଜରୁରି । ତେବେ ଚାଲନ୍ତୁ ଜାଣିବା ଏହାର କ’ଣ ରହିଥାଏ ଲକ୍ଷଣ? ମଣିଷ ଶରୀର ଏକ ଜଟିଳ ସଂରଚନା । ପାଦଆଙ୍ଗୁଳିଠାରୁ ଆରମ୍ଭ କରି ମୁଣ୍ଡର କେଶପର୍ଯ୍ୟନ୍ତ ସାରା ଶରୀର ମଧ୍ୟରେ ସଂଯୋଗ ରହିଛି । ସେହିପରି ମସ୍ତିଷ୍କ ସହ ହୃଦୟରମଧ୍ୟ ସଂପୃକ୍ତି ରହିଛି ।

ଆଙ୍ଗ୍‌ଜାଇଟି, ଷ୍ଟ୍ରେସ୍‌,ଅବସାଦ, ପରି ମାନସିକ ସ୍ଥିତି ହୃଦ୍‌ଘାତ,ଷ୍ଟ୍ରୋକ୍‌ ଓ ଉଚ୍ଚ ରକ୍ତଚାପ ପାଇଁ ମଧ୍ୟଦାୟୀ ରହିଥାନ୍ତି । ସେହିପରି ଯେଉଁ ବ୍ୟକ୍ତିଷ୍ଟ୍ରୋକ୍‌ ପରି ଘାତକ ପରିସ୍ଥିତି ଦେଇ ଗତିକରିସାରିଛନ୍ତି, ସେମାନଙ୍କଠାରେ ଅବସାଦର ଲକ୍ଷଣ ଦେଖାଦେଇପାରେ । ଏହାକୁ ପୋଷ୍ଟଷ୍ଟ୍ରୋକ୍‌ ଡିପ୍ରେସନ୍‌ ବୋଲି ଚିହ୍ନଟ କରିବା ସହ ଚିକିତ୍ସା କରିବା ଜରୁରି । ନଚେତ୍‌ ହୃଦ୍‌ଘାତ ପରି ଗମ୍ଭୀର ପରିସ୍ଥିତିକୁ ନିମନ୍ତ୍ରଣ ଦେଇପାରନ୍ତି । ଷ୍ଟ୍ରୋକ୍‌ ପରେ ମାନସିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିଥାଏ  ।

ଅବସାଦ ଷ୍ଟ୍ରୋକ୍‌ର ଏକ ପାଶ୍ୱର୍ ପ୍ରତିକ୍ରିୟା ।ଷ୍ଟ୍ରୋକ୍‌ ପରେ ଏହା ଦେଖାଯିବା ଖୁବ୍‌ ସାଧାରଣ । ଷ୍ଟ୍ରୋକ୍‌ ହେବାପରେ ପ୍ରତି ୩ ଜଣଙ୍କ ଭିତରୁ ଜଣକଠାରେଅବସାଦ, ଧୀରେ ଧୀରେ ନ୍ୟୁରୋମିଟରରେପରିବର୍ତ୍ତନ, ଖରାପ ଜୀବନଶୈଳୀ ଏବଂମୃତ୍ୟୁକୁ ନେଇ ଆଶଙ୍କା ବଢିଯାଇଥାଏ ।ଅବସାଦ ଷ୍ଟ୍ରୋକ୍‌ର ୨ ବର୍ଷ ପରେ ମଧ୍ୟଆସିପାରେ । ପ୍ରାୟତଃ ୩୦ ପ୍ରତିଶତଷ୍ଟ୍ରୋକ୍‌ରୁ ରକ୍ଷା ପାଇଥିବା ବ୍ୟକ୍ତିଙ୍କଠାରେଅବସାଦ ଦେଖିବାକୁ ମିଳିଥାଏ ।

ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌ 
ଲକ୍ଷଣମନ ଅସ୍ଥିର ହେବା, ହୃଦ୍‌ସ୍ପନ୍ଦନ ବଢିବା,ମୃତ୍ୟୁର ଭୟ, କିଛି କରିବାର ଆଗ୍ରହକମିବା, ଆବଶ୍ୟକଠାରୁ ଅଧିକ ଭୋକଲାଗିବା ବା ଆଦୌ ଭୋକ ନ ଲାଗିବା,ଶକ୍ତିହୀନ ଅନୁଭବ କରିବା, ଆତ୍ମହତ୍ୟାକରିବାକୁ ଇଚ୍ଛା ହେବା, ନିଷ୍ପତ୍ତି ନେବାରେସମସ୍ୟା ଓ ଉଦାସ ଅନୁଭବ କରିବା ।
ଚିକିତ୍ସା 
ଷ୍ଟ୍ରୋକ୍‌ ପରେ ହେଉଥିବା ଅବସାଦର ଚିକିତ୍ସା ଜରୁରି । କୌଣସି ଭଲ ମନୋ ଚିକିତ୍ସକଙ୍କ ସାହାଯ୍ୟ ନେଇ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ପରିବାର ସହ ରହିବା ତଥା ସମସ୍ତ ଭାବନାକୁ ସେୟାର କରିବାମଧ୍ୟ ଜରୁରି । ଯଦି ଆବଶ୍ୟକ, ତେବେ ଥେରାପୀ ମଧ୍ୟ ନିଅନ୍ତୁ । ପ୍ରଫେସନାଲ୍‌ ହେଲ୍ପକଗ୍‌ନିଟିଭ୍‌ ବିହେବିରିଆଲ୍‌ ଥେରାପୀ,ଇଣ୍ଟରପର୍ସନାଲ୍‌ ଥେରାପୀ ପରି ଅନ୍ୟାନ୍ୟଥେରାପୀର ମଧ୍ୟ ସହଯୋଗ ନେଇପାରିବେ ।ଏସବୁ କରିବା ଦ୍ୱାରା ଅବସାଦରୁ ବାହାରିବାସମ୍ଭବ ହୋଇଥାଏ ।