ନୂଆଦିଲ୍ଲୀ ୧୯/୦୨: ସଦ୍ୟତମ ହଲିଉଡ୍ ଫିଲ୍ମ ‘ଦ ବ୍ଲଫ୍’ର ୱର୍ଲଡ ପ୍ରିମିୟର୍ରେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଉପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି । ରେଡ୍ କାର୍ପେଟ୍ରେ ତାଙ୍କ ଷ୍ଟାଇଲ ସମସ୍ତଙ୍କୁ ମୁଗ୍ଧ କରିଛି । ଫିଲ୍ମରେ ନିଜ ଚରିତ୍ରର ଲୁକ୍କୁ ଦର୍ଶାଉଥିବା ଏକ ବ୍ରାଉନ୍ ଗାଉନ୍ ସେ ପିନ୍ଧିଥିଲେ । ତାଙ୍କ ସାଙ୍ଗରେ ଥିଲେ ସ୍ୱାମୀ ନିକ୍ ଜୋନାସ । ଉଭୟ ହାତରେ ହାତ ଛନ୍ଦି ପରସ୍ପରକୁ ଚୁମ୍ବନ ଦେଇଥିଲେ ଏବଂ ଫଟୋ ପାଇଁ ପୋଜ୍ ଦେଇଥିଲେ ।
ରେଡ୍ କାର୍ପେଟ୍ରେ ପ୍ରିୟଙ୍କାଙ୍କ ସହ ଫିଲ୍ମର କୋ-ଷ୍ଟାର୍ କାର୍ଲ ଅର୍ବାନ, ଇସ୍ମାଏଲ କର୍ଡୋଭା ଓ ସାଫିଆ ଓକ୍ଲି-ଗ୍ରୀନ୍ ପ୍ରମୁଖ ଯୋଗ ଦେଇଥିଲେ । ଫ୍ରାଙ୍କ୍ ଇ ଫ୍ଲାୱାର୍ସ ଫିଲ୍ମର ନିର୍ଦ୍ଦେଶନା ସମେତ ଜୋ ବାଲାରିନିଙ୍କ ସହ କାହାଣୀ ବି ଲେଖିଛନ୍ତି । ଏଥିରେ ପ୍ରିୟଙ୍କା ଜଣେ କାରିବିୟନ ମହିଳା ଭାବେ ପରଦାକୁ ଆସିବେ । ଭୟଙ୍କର ସାମୁଦ୍ରିକ ଲୁଟେରା ତାଙ୍କ ଦ୍ୱୀପକୁ ଆକ୍ରମଣ କରିବା ପରେ ତାଙ୍କ ଅତୀତର ଗୁପ୍ତ ରହସ୍ୟ ସାମ୍ନାକୁ ଆସିଛି । ଫିଲ୍ମର ପ୍ରଯୋଜକଙ୍କ ମଧ୍ୟରେ ପ୍ରିୟଙ୍କା ଅନ୍ୟତମ । ଆସନ୍ତା ୨୫ ତାରିଖରେ ‘ଦ ବ୍ଲଫ୍’ ଅନ୍ଲାଇନ୍ ମୁକ୍ତିଲାଭ କରିବ ।
ଆହୁରି ପଢ଼ନ୍ତୁ...ସମ୍ପତ୍ତି ୨୯୦୦ କୋଟି, କାହିଁକି ଗୋଟିଏ ବଖରାରେ ରହୁଛନ୍ତି ସଲମାନ