ଫିରିଙ୍ଗିଆ, ୨୩/୦୨(ଆପ୍ର): କନ୍ଧମାଳ ଜିଲ୍ଲା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ଆଜି ବି ଲୋକେ ବହୁ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସ୍ବାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ସଲାଗୁଡା ପଞ୍ଚାୟତର ଲବଙ୍ଗୀ ଗାଁର ।
ଏହି ଗ୍ରାମରେ ପ୍ରାୟ ୧୮ ପରିବାର ବସବାସ କରୁଛନ୍ତି । ଲବଙ୍ଗୀ ଗାଁରେ ୨ ମାସ ହେଲା ସୋଲାର ପମ୍ପ ବସାଯାଇଛି ୩ ରୁ ୪ ଦିନ ଲୋକେ ପାଣି ପାଇଛନ୍ତି ଆଉ ସେଠାରୁ ପାଇପାରୁନାହାନ୍ତି ସୋଲାର ପମ୍ପ ଅଚଳ ହୋଇ ପଡିଛି । ତୁଣ୍ଡୁରା ଗାଁରେ ସୋଲାର ପମ୍ପ ବସାଯାଇଛି କିନ୍ତୁ ବିଲକୁଲ ପାଣି ଚଲାଯାଇନାହିଁ ସେ ନେଇ ଲବଙ୍ଗୀ ଗ୍ରାମବାସୀମାନେ ସରପଞ୍ଚକୁ ଜଣାଇ ଜଣାଇଥିଲେ । ଏ ଗାଁରେ ସ୍କୁଲ ନାହିଁ କିମ୍ବା ଅଙ୍ଗନବାଡି କେନ୍ଦ୍ର ନାହିଁ। ଲବଙ୍ଗୀ ଗାଁ ଲୋକଙ୍କ ପିଲାମାନେ ସ୍କୁଲ ଅଙ୍ଗନବାଡି କୁ ଯିବାକୁ ହେଲେ ମୁର୍ଜା ଗାଁକୁ ଯିବାକୁ ପଡୁଛି ଓ ମଝିରେ ବାଘ ନଦୀ ପଡୁଛି । ବର୍ଷା ଦିନ ଆସିଲେ ରାସ୍ତା ବିଛିନ୍ନ ହୋଇଯାଉଛି ପିଲାମାନେ ସ୍କୁଲ ଏବଂ ଅଙ୍ଗନବାଡିକୁ ଯାଇପାରୁନାହାନ୍ତି । ଏହି ଗାଁକୁ ରାସ୍ତା ପାଇଁ ବାରମ୍ବାର ଜିଲ୍ଲାପାଳ, ବିଡ଼ିଓ, ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ।
ଲବଙ୍ଗୀ ଗାଁ ଠାରୁ ସଲାଗୁଡା ୬ କିଲୋମିଟର । ଯଦି ଲବଙ୍ଗୀ ଗାଁରେ ଦେହ କାହାର ଅସୁସ୍ଥ ହେଲେ କିମ୍ବା ଗର୍ଭବତୀ ହେଲେ ଗୋଛାପଡା, ଫିରିଙ୍ଗିଆ, ମେଡିକାଲ ଫୁଲବାଣୀ ଯିବାକୁ ହେଲେ ୪୦ ରୁ ୫୦ କିଲୋମିଟର ଦୂରକୁ ଯିବାକୁ ପଡେ ଏବଂ ବାଘ ନଦୀରେ ପାଣି ହେଲେ ରସ ହଣ୍ଡା ଦ୍ବାରା ଯିବାଆସିବା କରନ୍ତି ।ତେଣୁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରିବାକୁ ଦୀର୍ଘ ବର୍ଷରୁ ଦାବି ହୋଇଆସୁଛି। ସେହିପରି ସବୁ ସାହିରେ ନଳକୂପ ଥିଲେ ବି ଖରାଦିନେ ଜଳସ୍ତର ହ୍ରାସ ପାଇବାଯୋଗୁଁ ସେଥ୍ରୁ ପାଣି ବାହାରୁ ନାହିଁ ୨୦ ରୁ ୪୦ ଥର ହ୍ୟାଣ୍ଡେଲ ମାରିଲେ ଢାଳେ ପାଣି ମିଳିବା କଷ୍ଟକର। ଏହି ସମସ୍ୟା ସତ୍ତ୍ବେ ଲବଙ୍ଗୀ ଗାଁକୁ ବସୁଧା ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଗ୍ରାମବାସି ଖରାଦିନେ ଆସିଲେ ୨ ରୁ ୪ କିଲୋମିଟର ଚାଲି ଚାଲି ଜଙ୍ଗଲରେ ଯିବାକୁ ପଡେ। ବାଘ ନଦୀରୁ ପାଣି,ଝରଣା ପାଣି, ଚୁଆ ପାଣି ସଂଗ୍ରହ କରୁଛନ୍ତି। କିନ୍ତୁ ବାଘ ନଦୀ ଉପରେ ବ୍ରିଜ ଗୋଟିଏ ଆସିଛି କିନ୍ତୁ ୩ ବର୍ଷରୁ ଊର୍ଦ୍ଦ୍ବ ହେଲାଣି କାମ ସରିପାରୁନାହିଁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସଲାଗୁଡା ସରପଞ୍ଚ ରୋହିତ କହଁର ଙ୍କୁ ପଚାରିବାରୁ ଗ୍ରାମବାସୀ ଜଣାଇଛନ୍ତି ଯେ ସୋଲାର ପମ୍ପ ଖରାପ । ଆର.ଡବ୍ଲ୍ୟୁଏସଏସ କୁ ଜଣାଇଥୁଲି । ଯଦି କାମ ୭ ଦିନ ଭିତରେ ନହେଲେ ଆମ୍ଭେମାନେ ରାଜରାସ୍ତାକୁ ଓଲ୍ଲାହାଇବୁ ବୋଲି କହିଛନ୍ତି । ସେହିଭଳି କନିଷ୍ଠ ଯନ୍ତ୍ରୀ ଅମର ବେହେରାଙ୍କୁ ପଚାରିବାରୁ ସେ ନଳକୂପର ପାଣି କମିଯାଇଛି ଆମେ ତାକୁ ପୁନର୍ବାର କାମ କରାଇ ଗ୍ରାମବାସୀ ମାନଙ୍କୁ ପାଣି ଯୋଗାଇଦେବୁ ବୋଲି କହିଛନ୍ତି।